www.google.com
ଢେଙ୍କାନାଳ: ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପୂର୍ବତନ ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଏହି ଚଢ଼ାଉରେ ଓଡ଼ିଶା ଭିଜିଲାନ୍ସର ୫ ଜଣ ଡିଏସ୍ପି, ୧୨ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ୍ ରହିଛନ୍ତି। ତେବେ ଖୋର୍ଦ୍ଧା, ଡେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲାରେ ଥିବା ପୂର୍ବତନ ଯୋଗାଣ ଅଧିକାରୀଙ୍କ ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଏହି ଚଢ଼ାଉ ଆରମ୍ଭ ହୋଇଛି।
ଭୁବନେଶ୍ବର ଚନ୍ଦ୍ରଶେଖରପୁରର ଶ୍ରୀବିହାରରେ ଥିବା ତାଙ୍କ ବାସଭବନ, ପଟିଆସ୍ଥିତ କେ-ପ୍ଲାଜାର ଷଷ୍ଠ ମହଲାରେ ଥିବା ୬୦୧ ନମ୍ବର ଫ୍ଲାଟ୍, ଚନ୍ଦ୍ରଶେଖରପୁରରେ ଥିବା ହାଉସିଂ ବୋର୍ଡ ଘର, ଗଞ୍ଜାମ ଭଞ୍ଜନଗରରେ ଥିବା ତାଙ୍କର ଏକ ଭଡ଼ା ଘର, ସେହି ଗଞ୍ଜାମରେ ଥିବା ସଞ୍ଜୟଙ୍କ ଅଫିସ୍ ରୁମ୍, ମୟୂରଭଞ୍ଜରେ ଥିବା ତାଙ୍କ ଗାଆଁ ଘର ଏବଂ ଭୁବନେଶ୍ବର ନହରକଣ୍ଟାର ଏକ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି।
Follow Us