Andhra Pradesh auto accident in Malkangiri. Photograph: (Sambad )
କାଲିମେଳା: ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଦୁଲାଗୁଣ୍ଡି ଘାଟିରେ ୨ଟି ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆନ୍ଧ୍ରପ୍ରଦେଶର ଚିଣ୍ଟୁର ଗ୍ରାମରୁ ୨ଟି ଅଟୋରେ ଭୋଜି ଖାଇ ଯିବା ବେଳେ ଅଟୋ ଦୁର୍ଘଟଣା ଯୋଗୁଁ ୧୫ ଜଣ ଲୋକ ଆହତ ହୋଇଛନ୍ତି। ଏଥିରୁ ୩ ଜଣଙ୍କର ଅବସ୍ଥା ଗୁରୁତର ଅଛି। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଦୁଲାଗୁଣ୍ଡି ଘାଟିରେ ଏହି ଦୁର୍ଘଟଣା ଘଟିଛି।
ଏହି ଖବର ପଢ଼ନ୍ତୁ: ଧାନ ବ୍ୟତୀତ ଅନ୍ୟ ଫସଲ କ୍ଷତି ପାଇଁ ମଧ୍ୟ କ୍ଷତିପୂରଣ ଦିଆଯିବ: ମୁଖ୍ୟମନ୍ତ୍ରୀ
ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶର ଚିଣ୍ଟୁର ଗ୍ରାମରୁ ୨ଟି ଅଟୋରେ ମାଲକାନଗିରି ଜିଲ୍ଲା ସାଦର ଗ୍ରାମକୁ ୩୦ ଜଣ ଯାଉଥିଲେ। ସେମାନଙ୍କର ଅଟୋ ଦୁଲାଗୁଣ୍ଡି ଘାଟିରେ ଭରସାମ୍ୟ ହରାଇ ୨୦ ଫୁଟ ଖାଲକୁ ଖସି ପଡ଼ିଥିଲା। ଅଟୋ ଦୁଇଟି ଭାଙ୍ଗିରୁଜି ଚୁରମାର ହୋଇଯାଇଥିବା ବେଳେ ଅଳ୍ପ ବହୁତେ ୧୫ ଜଣ ଆହତ ହୋଇଥିବାର ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବାର ଜଣାପଡିଛି। ଏସ. ଶ୍ରୀରାମ (୧୯), ଶେଖର (୩୦) ଓ ୧୦ ବର୍ଷ ବୟସର ନାବାଳକ ତେଜାର ଅବସ୍ଥା ଗୁରୁତର ରହିଛି। ୩ ଜଣକୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି। କିଛି ଲୋକଙ୍କୁ ଚିଣ୍ଟୁର ମେଡିକାଲକୁ ପଠାଇ ଦିଆ ଯାଇଥିବାର ସୂଚନା ମିଳିଛି।
ଏହି ଖବର ପଢ଼ନ୍ତୁ: ଆମେରିକା ଉପରେ ଚୀନର ସାଇବର ଆକ୍ରମଣ
ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆନ୍ଧ୍ରପ୍ରଦେଶରୁ ମାଲକାନଗିରି ଜିଲ୍ଲାର କାଳିମେଳା ଯାଉଥିବା ବେଳେ ଘାଟିରେ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି।
ଏହି ଖବର ପଢ଼ନ୍ତୁ: ବର୍ଡର-ଗାଭାସ୍କର ଟ୍ରଫି: ତୃତୀୟ ଦିନ ସୁଦ୍ଧା ଭାରତ ୩୫୮/୯
ଏକ ବିବାହ ଉତ୍ସବ ଯୋଗ ଦେବାକୁ ଆନ୍ଧ୍ରପ୍ରଦେଶର ଚିଣ୍ଟୁର ଗ୍ରାମରୁ ଓଡ଼ିଶାର ଘାଟି ଉପରେ ଥିବା ସାଦର ଗ୍ରାମକୁ ନିଜ ପରିବାର ସହ ପ୍ରାୟ ୩୦ ଜଣ ଲୋକ ୨ଟି ଅଟୋରେ ଆଜି ସକାଳୁ ଏମାନେ ଯିବାକୁ ବାହାରିଥିଲେ ବୋଲି ମୁତା ପଡିଆମୀ ସୂଚନା ଦେଇଛନ୍ତି।
ଏହି ଖବର ପଢ଼ନ୍ତୁ: ଦିଲ୍ଲୀର ୧୧ଟି ଆସନରେ ପ୍ରାର୍ଥୀ ଦେଲା ଏନସିପି
Follow Us