ଅଙ୍ଗନବାଡ଼ି ସଂଘର ବିକ୍ଷୋଭ

Advertisment
ଅଙ୍ଗନବାଡ଼ି ସଂଘର ବିକ୍ଷୋଭ

ଢେଙ୍କାନାଳ: ରାଜ୍ୟ ଅଙ୍ଗନବାଡ଼ି ମହିଳା କର୍ମୀ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ଡେପୁଟି କଲେକ୍ଟରଙ୍କୁ ପ୍ରଦାନ କରାଯାଇଥିଲା।
ଭାରତୀୟ ମଜଦୂର ସଂଘ ରାଜ୍ୟ ସଂପାଦକ ଶ୍ରୀନିବାସ ଖୁଣ୍ଟିଆ, ଜିଲ୍ଲା ସଂପାଦକ କୃଷ୍ଣଚନ୍ଦ୍ର ସାହୁ, ସଭାନେତ୍ରୀ ପାର୍ବତୀ ରାଉତ, ସଂପାଦିକା ସୀମାରାଣୀ ରାଉତଙ୍କ ତତ୍ତ୍ୱାବଧାନରେ ଅଙ୍ଗନବାଡି କର୍ମୀମାନେ ବାଜିଚୌକ୍‌ଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ପରେ ଜିଲ୍ଲା କାର୍ଯ୍ୟାଳୟଠାରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଙ୍ଗନବାଡି କର୍ମୀ, ସହାୟିକା, ମିନି ଅଙ୍ଗନବାଡି କର୍ମୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, ସର୍ବନିମ୍ନ ମାସିକ ୧୮୦୦୦ ଟଙ୍କା ପ୍ରଦାନ, ସହାୟିକାମାନଙ୍କ ପାଇଁ ୯୦୦୦ ଟଙ୍କା ପ୍ରଦାନ, ଅଙ୍ଗନବାଡିକର୍ମୀଙ୍କୁ ସୁପରଭାଇଜର ପଦବିକୁ ପଦୋନ୍ନତି, ଖାଲି ପଡିଥିବା ସୁପରଭାଇଜର ପଦବି ପୂରଣ କରିବା, ଗାଁ କଳ୍ୟାଣ ସମିତି କାର୍ଯ୍ୟରୁ ଅଙ୍ଗନବାଡିକର୍ମୀଙ୍କୁ ବାଦ୍‌ ଦେବା, ଅଙ୍ଗନବାଡିକର୍ମୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଗଠନ କରାଯିବା ସହ ପେନ୍‌ସନ୍‌ ଲାଗୁ କରାଯିବା ଆଦି ୧୨ ଦଫା ଦାବିରେ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ପ୍ରତିନିଧି ଦଳ ଦାବି ସଂପର୍କିିତ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଡେପୁଟି କଲେକ୍ଟର ସୌଦାମିନୀ ସାହୁଙ୍କୁ ପ୍ରଦାନ କରିଥିଲେ। ଉପସଭାପତି ପଙ୍କଜିନୀ ପଣ୍ଡା, ସହ ସଂପାଦିକା ମଞ୍ଜୁ ପୃଷ୍ଟି, କୋଷାଧ୍ୟକ୍ଷା କୁମୁଦିନୀ ବରାଳଙ୍କ ସମେତ ବହୁ ଅଙ୍ଗନବାଡି କର୍ମୀ ଏହି ବିକ୍ଷୋଭରେ ସାମିଲ୍‌ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe