ଢେଙ୍କାନାଳ : ୧୬ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ     

ଢେଙ୍କାନାଳ : ୧୬ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ     

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲା ଡିଆର୍‌ଡିଏର ସହକାରୀ ଯନ୍ତ୍ରୀ ବିପିନ ବିହାରୀ ଦାସ ଆଜି ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି। ଅପରାହ୍ଣ ପ୍ରାୟ ସାଢ଼େ ତିନିଟା ବେଳକୁ ଜଣେ ଠିକାଦାରଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଜରିଆରେ ୧୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଟିମ୍‌ ତାଙ୍କୁ ଧରିଛି।

ଠିକାଦାର ଜଣକ ହେଲେ ଜଗମୋହନ ପଣ୍ଡା। ଘର କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳ। ପ୍ରତି ବ୍ଲକ୍‌ରେ ଯେଉଁ ଏଲ୍‌ଇଡି ଲାଇଟ୍‌ ଖଞ୍ଜା ଯାଉଛି ଏହି ଠିକାଦାର ଢେଙ୍କାନାଳ ଜିଲ୍ଲାର ୬ଟା ବ୍ଲକ୍‌ର କାମ ନେଇଛି। ବିଲ୍‌ ପାସ୍‌ କରାଇବା ପାଇଁ ତାଙ୍କୁ ଯନ୍ତ୍ରୀ କୁଆଡ଼େ ୩୨ହଜାର ଟଙ୍କା ଲାଞ୍ଚ ମାଗୁଥିଲେ ବୋଲି ଠିକାଦାର ଭିଜିଲାନ୍‌ସରେ ଅଭିଯୋଗ କରିଥିଲେ। ୩୨ହଜାର ଟଙ୍କାରୁ ଠିକାଦାର ୧୬ହଜାର ଟଙ୍କା ଦେଉଥିବା ବେଳେ ଯନ୍ତ୍ରୀ ସିଧାସଳଖ ଟଙ୍କା ନ ଦେଇ ପାଖରେ ଥିବା ଗୋବିନ୍ଦପୁର ଅଞ୍ଚଳର ଶକ୍ତିପ୍ରସାଦ ମହାନ୍ତିଙ୍କୁ ଦେବାକୁ କହିଥିଲେ। ଏହି ସମୟରେ ଭିଜିଲାନ୍‌ସ ଧରପଗଡ଼ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe