kalinga tv
ଢେଙ୍କାନାଳ: ଢେଙ୍କାନାଳର ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଡ୍ରାଇଭରଙ୍କ ଘରେ କିଛି ବିଜେଡି କର୍ମୀ ପଶି ମରଣାତ୍ମକ ଆକ୍ରମଣ କରିଥିବାର ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଡ୍ରାଇଭର ପ୍ରଦୀପ ବେହେରାଙ୍କ ଘରେ ପଶି କର୍ମୀ ଆକ୍ରମଣ କରିଛନ୍ତି। ସେମାନେ ପ୍ରଦୀପଙ୍କ ବଡ଼ ଭାଇ ରମେଶ ବେହେରା, ଭାଉଜ ବାସନ୍ତୀ ବେହେରାଙ୍କୁ ଆକ୍ରମଣ କରିଛନ୍ତି। ସେମାନଙ୍କୁ କିଛି ଗ୍ରାମବାସୀ ଛଡ଼ାଇବାକୁ ଆସି ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଜଣାଯାଇଛି।
ପ୍ରଦୀପ ବେହେରାଙ୍କ ଘର ଗଁଦିଆ ବ୍ଲକ୍ ଅନ୍ତର୍ଗତ ବିଧାରପୁର ପଞ୍ଚାୟତ ଆରୁହା ଗ୍ରାମରେ ବୋଲି ଜଣାଯାଇଛି।
Follow Us