ରାସୋଳ/ଖଜୁରିଆକଟା: ପୁରୁଣା କଟକ-ସମ୍ବଲପୁର ରାସ୍ତାର ରାସୋଳ ଥାନା ସୁକିଆବାଉତି ମନ୍ଦିର ନିକଟ ପେଟ୍ରୋଲ୍ ପମ୍ପ ପାଖେର ଆଜି ଅପରାହ୍ଣ ପ୍ରାୟ ୪ଟାେବଳେ ଏକ ବଲେରୋ ଧକ୍କାରେ ଜଣେ ବାଇକ୍ ଚାଳକ ପ୍ରାଣ ହରାଇଛନ୍ତି। ମୃତ ବାଇକ୍ ଚାଳକ ହେଉଛନ୍ତି ଦୁଦୁରକୋଟ ଗାଁର ଶ୍ରୀତମ ଦାଶ(୩୨)। ସୂଚନା ଅନୁଯାୟୀ, ଶ୍ରୀତମ ଗଣ୍ଡାନାଳୀଆଡ଼ୁ ନିଜ ବାଇକ୍ (ଓଡି୦୪ଏମ୍-୦୪୦୭)ରେ ଘରକୁ ଫେରିବା ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଯାଉଥିବା ଏକ ବଲେରୋ (ଓଆର୍ ୦୯ଜି-୯୭୨୦) ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର୍ରେ ହୋଇଥିଲା ଯେ ଶ୍ରୀତମ ବଲେରୋ ଭିତରେ ଚାପିହୋଇ ରହିଥିଲେ। ତାଙ୍କୁ ଏକ ଦମକଳ ଗାଡ଼ି ଉଦ୍ଧାର କରି ରାସୋଳ ଡାକ୍ତରଖାନାରେ ଭର୍ତି କରିଥିଲା। ସେଠାରୁ ହିନ୍ଦୋଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ବଲେରୋ ଚାଳକ ଓ ସେଥିରେ ଥିବା ଯାତ୍ରୀ ଫେରାର ହୋଇଯାଇଛନ୍ତି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟି ଜବତ କରି ଘଟଣାର ତଦନ୍ତ ଚଳାଇଛି। ଶ୍ରୀତମ ଦୁଦୁରୁକୋଟ ସମବାୟ ସମିତିର ସମ୍ପାଦକ ଥିଲେ। ସେ ତେଲିଭୂଇଁରେ ଘର ଭଡ଼ାନେଇ ରହୁଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us