କାମାକ୍ଷାନଗର: ଜାତୀୟକରଣ ବ୍ୟାଙ୍କକୁ ଘରୋଇକରଣ କରିବାକୁ ପାଲିଆମେଣ୍ଟରେ ଚାଲିଥିବା ମସୁଧା ପ୍ରତିବାଦରେ ସର୍ଵଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ଆନ୍ଦୋଳନ ଚାଲିଛି। କାମାକ୍ଷାନଗର ଏସବିଆଇ କର୍ମଚାରୀମାନେ ଆଜି ଆନ୍ଦୋଳନ କରିଛନ୍ତି। ବ୍ୟାଙ୍କର ଘରୋଇକରଣ ହେଲେ ଉଭୟ କର୍ମଚାରୀ ଓ ଗ୍ରାହକମାନଙ୍କର ଅସୁବିଧା ହେବ ବୋଲି ସେମାନେ କହିଛନ୍ତି। ଆଜି ଓ କାଲି ଦୁଇଦିନ ଧରି ଏହି ଆନ୍ଦୋଳନ ବ୍ୟାଙ୍କ ଆଗରେ ଜାରି ରହିବ ବୋଲି କହିଛନ୍ତି।
ବ୍ୟାଙ୍କ କର୍ମଚାରୀ ପଙ୍କଜ ଲୋଚନ ନାୟକ, ସଞ୍ଜୟ କୁମାର ସେଠୀ, ଅଭୟ କୁମାର ନାୟକ, ଜ୍ୟୋତି ରଞ୍ଜନ ପଣ୍ଡା, ବିଜୟ କୁମାର ସାହୁ, ଶ୍ରୀକାନ୍ତ ସାହୁ, ଵିଶୁଦ୍ଧାନନ୍ଦ କର, ଅଜୟ କୁମାର ସାହୁ, ସୁବ୍ରତ କୁମାର ପଣ୍ଡା, ମନୋଜ କୁମାର ବାରିକ, ସୁଶାନ୍ତ କର, ସୁନୀଲ ମିଶ୍ର, ରବି ନାରାୟଣ ରାଉତ, ନିମାଇଁ ଚରଣ ରାଉତ, ବିଶ୍ଵଜିତ ସେଠ, ହେମନ୍ତ ରାଉତଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
Follow Us