ମହୁମାଛି ଆକ୍ରମଣରେ ୩୦ ଛାତ୍ରଛାତ୍ରୀ ଆହତ, ୨ ଗୁରୁତର

Advertisment
ମହୁମାଛି ଆକ୍ରମଣରେ ୩୦ ଛାତ୍ରଛାତ୍ରୀ ଆହତ, ୨ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଲିଗୋରଡ଼ ରାମିଆଳ ନଦୀରେ ଥିବା ସାପୁଆକୁ ଆସିଥିବା ରହଣି ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସୋମବାର ୯ଟାରେ ମହୁମାଛି ଆକ୍ରମଣ କରିଥିବାର ଖବର ମିଳିଛି। ଏବେ ସେଠାରେ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିର ଚାଲିଥିବା ବେଳେ ସୋମବାର ପିଲାମାନେ ପାଣିରେ ଗାଧୋଇବା ପାଇଁ ଯାଉଥିଲେ। ଏହି ସମୟରେ ଆଜି ସେମାନଙ୍କୁ ମହୁମାଛି ଆକ୍ରମଣ କରିଥିଲା।

୯୦ ଜଣ ଛାତ୍ରଛାତ୍ରୀ ଗାଧୋଇବାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି। ଏଣେ ୩୦ ଜଣ ଆହତ ହୋଇ କାମାକ୍ଷାନଗର ମେଡିକାଲରେ ଭର୍ତି ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟର ଅଧ୍ୟକ୍ଷ ଶାନ୍ତନୁ ଚାଟାର୍ଜୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe