ପ୍ରେମିକଙ୍କ ଘର ସମ୍ମୁଖରେ ଅନଶନ କରି ଯୁବତୀ ଗିରଫ

Advertisment
ଭଦ୍ରକ: ପ୍ରେମ ପାଇଁ ବିଷପାନ କଲେ ଯୁବକ-ଯୁବତୀ, ହସ୍‌ପିଟାଲରେ ଭର୍ତ୍ତି

ପାଇକସାହି: ଠାକୁରଗଡ଼ ଥାନା କନ୍ଥପଡ଼ା ଗ୍ରାମରେ ପ୍ରେମିକଙ୍କ ଘର ସମ୍ମୁଖରେ ବିବାହ ଦାବିରେ ଅନଶନରେ ବସିଥିବା ଜଣେ ଯୁବତୀଙ୍କୁ ଆଜି ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚ୍ୟ ବିଷୟ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ, କନ୍ଥପଡ଼ା ଗ୍ରାମର ବିମନ ସାହୁଙ୍କ ପୁଅ ବାବୁ ସାହୁ (୨୨)ଙ୍କ ସହ ଫପଣ୍ଡ ଗ୍ରାମର ଯୁବତୀ ରିଙ୍କି ସାହୁ (୨୨)ଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ରିଙ୍କିଙ୍କୁ ବିବାହ କରିବା ପାଇଁ ବାବୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଅନ୍ୟ ପକ୍ଷରେ ରିଙ୍କଙ୍କୁ ଭଲ ପାଉଥିବା ଜଣେ ଯୁବକ ରିଙ୍କିଙ୍କୁ ବିବାହ ନ କରିବାକୁ ବାବୁକୁ କହିଥିଲା। ଏପରିକି ରିଙ୍କିକୁ ବିବାହ କଲେ ବାବୁକୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲା। ଏହି ଧମକ ପରେ ବାବୁ ରିଙ୍କିଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଏହା ପରେ ରିଙ୍କି ଗତକାଲି ସନ୍ଧ୍ୟାରୁ ବିମନଙ୍କ ଘର ସମ୍ମୁଖରେ ଅନଶନରେ ବସିଥିଲେ। ଅନ୍ୟପକ୍ଷରେ ତାଙ୍କ ଘର ସମ୍ମୁଖରେ ଜଣେ ଯୁବତୀ ଜୋର ଜବରଦସ୍ତ ଅନଶନ କରୁଥିବା ନେଇ ବିମନ ଥାନାରେ ଅଭିଯୋଗ କରିଥିଲେ।  ସକାଳେ ପୁଲିସ ସେଠାରେ ପହଞ୍ଚି ରିଙ୍କିଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଅନ୍ୟପକ୍ଷରେ ତାଙ୍କୁ ପ୍ରତାରଣା କରାଯାଇଥିବା ନେଇ ରିଙ୍କି ପୁରୁଣାକୋଟ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣା ପରେ ବାବୁ ଫେରାର ହୋଇଯାଇଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe