ବିଜେଡି ନେତାଙ୍କ କାର୍ ଉପରକୁ ବୋମାମାଡ଼, କାରଣ ଅସ୍ପଷ୍ଟ

Advertisment
ବିଜେଡି ନେତାଙ୍କ କାର୍ ଉପରକୁ ବୋମାମାଡ଼, କାରଣ ଅସ୍ପଷ୍ଟ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମଢିସାହିରେ ଥିବା ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି କାହ୍ନୁ ଚରଣ ସାହୁଙ୍କ କାର ଉପରକୁ ଗତ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି।  ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି। ପ୍ରଥମେ ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ଗୋଟିଏ ରାଉଣ୍ଡ ବୁଲି ସାରିବା ପରେ ଗାଡ଼ି ଉପରକୁ ୩ଟି ବୋମାମାଡ଼ କରିଥିଲେ।  ଏବେ ବି ଦୁଇଟି ବୋମା ଅଫୁଟା ପଡ଼ିଥିବାର ଦେଖିବାକୁ ମିଳିଛି। ଯାହାର ସମ୍ପୂର୍ଣ୍ଣ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

publive-image

ରାତିରେ ବୋମାମାଡ଼ ହେବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଶବ୍ଦ ଶୁଣି ଘର ବାହାରକୁ ଆସିଥିଲେ। ଏପରିକି ନାଇଟ ପେଟ୍ରୋଲିଂରେ ଥିବା ପୁଲିସ ମଧ୍ୟ କାହ୍ନୁ ଚରଣ ସାହୁଙ୍କ ଘର ପାଖକୁ ଆସିଥିଲେ। ତେବେ କାହ୍ନୁଙ୍କର କୌଣସି ରାଜନୈତିକ କିମ୍ବା ବ୍ୟବସାୟୀକ ଶତ୍ରୁ ନଥିବା ସେ ପ୍ରକାଶ କରିଛନ୍ତି । ଏ ନେଇ କାମାକ୍ଷାନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe