ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ସହ ବୋଲେରୋ ଲୁଟ୍

Advertisment
ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ସହ ବୋଲେରୋ ଲୁଟ୍

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରେ ବୋମାମାଡ଼ ହୋଇଥିବାର ଖବର ମିଳିଛି। ବାରିପଦାର ଜଣେ ଗୋରୁ ବ୍ୟବସାୟୀଙ୍କ ଗାଡ଼ିକୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ନେଇ ୬ଜଣ ଦୁର୍ବୃତ୍ତ ଫେରାର ହୋଇଛନ୍ତି। ଏକ ବୋଲେରୋ ଗାଡ଼ି ଲୁଟ ହୋଇଥିବା ସୂଚନା ରହିଛି।

ସୂଚନା ଅନୁସାରେ ଆଜି ସକାଳେ ହାଟରେ ଏକ ବୋଲେରୋ ଯୋଗେ ୫ଜଣ ବ୍ୟବସାୟୀ ଗୋରୁ କିଣିବାକୁ ଆସିଥିବା ବେଳେ ହଠାତ୍ ୬ଜଣ ଦୁର୍ବୃତ୍ତ ବୋଲେରୋ ନିକଟକୁ ଆସି ବୋମାମାଡ଼ କରିବା ସହ ଗାଡ଼ିର ଡ୍ରାଇଭରଙ୍କୁ ମାଡ଼ ମାରି ବୋଲେରୋ ନେଇ ଫେରାର ହୋଇଯାଇଛନ୍ତି। ବୋଲେରୋରେ ଗୋରୁ କିଣିବା ପାଇଁ ଥିବା ଲକ୍ଷାଧିକ ଟଙ୍କା ଥିବା ଜଣାପଡ଼ିଛି। ତେବେ ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୁଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe