ଢେଙ୍କାନାଳ ବାଇପାସରେ ଅଘଟଣ: ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Advertisment
ଢେଙ୍କାନାଳ ବାଇପାସରେ ଅଘଟଣ: ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଢେଙ୍କାନାଳ: ଆଜି ଦିନ ୧୨ଟା ୧୦ ମିନିଟ ସମୟରେ ଢେଙ୍କାନାଳ ବାଇପାସରେ ଏକ ବସରେ ନିଆଁ ଲାଗିଯାଇଥିଲା। ଏହାଫଳରେ ବସ୍ ଟି ସଂପୂର୍ଣ୍ଣ ଜଳିଯାଇଥିଲା। ତେବେ ଏହି ଅଘଟଣରୁ ଅଳ୍ପରେ ବର୍ତ୍ତିଯାଇଛନ୍ତି ଯାତ୍ରୀ।

ଜାତୀୟ ରାଜପଥ-୫୫ର ଆନନ୍ଦନଗର ନିକଟରେ ଜଳିଯାଇଥିବା  ବସ୍‌ଟି ତାଳଚେରରୁ ଭୁବନେଶ୍ୱର ଆଡ଼କୁ ଆସୁଥିବା ବେଳେ ଅଘଟଣ ଘଟିଥିବା ଜଣାଯାଇଛି। ଖବର ପାଇ ତତକ୍ଷଣାତ୍ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe