ଶିବ ମନ୍ଦିର ନିକଟରେ ଓଲଟିଲା ବସ୍: ୭ରୁ ଅଧିକ ଆହତ

Advertisment
ଶିବ ମନ୍ଦିର ନିକଟରେ ଓଲଟିଲା ବସ୍: ୭ରୁ ଅଧିକ ଆହତ

କାମାକ୍ଷାନଗର: ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ଭେଜିଆ ଶିବ ମନ୍ଦିର ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଯାତ୍ରୀବାହୀ ବସ ଓଲଟିଥିବାର ଖବର ମିଳିଛି। ଏହାଫଳରେ ୭ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସରେ ଥିବା ଅନ୍ୟ କେତେକ ଯାତ୍ରୀ ବି ସାଧାରଣ ଭାବେ ଆହତ ହୋଇଛନ୍ତି।

publive-image

ଆହତମାନଙ୍କୁ ପରଜଙ୍ଗ ଓ ମଣ୍ଡାପାଳ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ବସଟି ରାଉରକେଲାରୁ ଯାଜପୁର ଆଡ଼କୁ ଯାଉଥିବା ବେଳେ କୌଣସି କାରଣରୁ ଭେଜିଆ ଶିବ ମନ୍ଦିରରେ ନିକଟରେ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ମହାବିରୋଡ ଫାଣ୍ଡି ଅଧିକାରୀ ପ୍ରଦୀପ ରଞ୍ଜନ ପାତ୍ର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe