ଢେଙ୍କାନାଳ: ଖଡ୍ଗପ୍ରସାଦରେ ହେବ କୋଭିଡ କେୟାର ସେଣ୍ଟର‌; ୧୦୦ଶଯ୍ୟା ରହିବ ଓ ସବୁ ବେଡ୍‌କୁ ଯୋଗାଣ ହେବ ଅମ୍ଳଜାନ

Advertisment
କରୋନା କାଳରେ ଘରୋଇ ହସ୍ପିଟାଲ‌ରେ ଶୋ‌ଷଣ; ବେଆଇନ ଭାବେ ଚାଲିଛି ଶତାଧିକ ଡାକ୍ତରଖାନା!

New Indian Express

ଓଡ଼ାପଡା: ଦିନକୁ ଦିନ ଭୟଙ୍କର ହେଲାଣି ସଂକ୍ରମଣ। ଗାଁ ଗାଁରେ ମତିଲାଣି ଭୂତାଣୁ। ରୋଗୀ ସଂଖ୍ୟା ବି ବଢ଼ିଲେଣି। ଏହାକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଖଡ୍ଗପ୍ରସାଦ ଆଞ୍ଚଳିକ ମହାବିଦ୍ୟାଳୟରେ ଏକ କୋଭିଡ କେୟାର ସେଣ୍ଟର ଖୋଲିବାକୁ ଯୋଜନା ଚାଲିଛି। ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଏବଂ ଟାଟା ଷ୍ଟିଲ ଭୂଷଣ କାରଖାନାର ମିଳିତ ସହଯୋଗରେ ହେବାକୁ ଥିବା ଏହି ସେଣ୍ଟରରେ ୧୦୦ଟି ବେଡ଼ ସହିତ ଅନ୍ୟୁନ ୧୦ଟି ଭେଣ୍ଟିଲେଟର ବ୍ୟବସ୍ଥା ଯେମିତି କରାଯିବ ସେନେଇ ଉଦ୍ୟମ ଆରମ୍ଭ ହୋଇଥିବା ପଡିଛି।
ଏହି ସେଣ୍ଟରର ପ୍ରତିଟି ବେଡ଼ରେ ଯେମିତି ଅମ୍ଳଜାନ ବ୍ୟବସ୍ଥା କରାଯିବ ସେ ଯୋଜନା ମଧ୍ୟ କରାଯାଉଛି ବୋଲି ଓଡ଼ାପଡା ବିଡିଓ ଦଶରଥୀ ଜେନା ସମ୍ବାଦକୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, କୋଭିଡର ଦ୍ୱିତୀୟ ଲହରୀ ବେଶି ଭୟଙ୍କର ହେବାର କାରଣ ହେଉଛି ଏହା ଖୁବ ଶୀଘ୍ର ମଣିଷର ଫୁସଫୁସକୁ ସଂକ୍ରମିତ କରୁଛି। ହଠାତ ବେଶ ତଳକୁ ଖସି ଆସୁଛି ଶରୀରର ଅମ୍ଳଜାନ ସ୍ତର।
ଏଭଳି ସ୍ଥିତିରେ ରୋଗୀ ପାଇଁ ତୁରନ୍ତ ଅମ୍ଳଜାନ ଲୋଡ଼ା ପଡ଼ୁଥିବା ବେଳେ ଗାଁ ଗହଳିର ରୋଗୀଙ୍କୁ ଡାକ୍ତରଖାନାରେ ବେଡ଼ ମିଳିବା କଷ୍ଟକର ବ୍ୟାପାର ହୋଇ ପଡୁଛି। ତେଣୁ, ଢେଙ୍କାନାଳ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଖଡ୍ଗପ୍ରସାଦ ଆଞ୍ଚଳିକ ମହାବିଦ୍ୟାଳୟରେ ଶହେ ଶଯ୍ୟା ବିଶିଷ୍ଟ ଏକ କୋଭିଡ କେୟାର ସେଣ୍ଟର ଖୋଲିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଟାଟା ଷ୍ଟିଲ ଭୂଷଣ ଏବଂ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ହେବାକୁ ଥିବା ଏହି ସେଣ୍ଟରରେ କେବଳ ଶହେ ଟି ବେଡ଼ ରହିବ ନାହିଁ, ବରଂ ପ୍ରତ୍ୟେକ ବେଡ଼କୁ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ବିଡ଼ିଓ ସମ୍ବାଦକୁ କହିଛନ୍ତି।
ତା ମଧ୍ୟରେ ଅନ୍ୟୁନ ପ୍ରାୟ ୧୦ଟି ବେଡ଼ରେ ଭେଣ୍ଟିଲେଟର/ଆଇସିୟୁ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି। ନିକଟରେ ଓଡ଼ାପଡା ତହସିଲଦାର ବାଣୀ ନିବେଦିତା ସ୍ୱାଇଁ, ବିଡ଼ିଓ ଶ୍ରୀ ଜେନା ଅଞ୍ଚଳ ପରିଦର୍ଶନ କରି ଫେରିଥିବା ଜଣାପଡିଛି। ଓଡାପଡା ଓ ହିନ୍ଦୋଳ ବ୍ଲକର ରୋଗୀଙ୍କୁ ଏଠାରେ ଚିକିତ୍ସା କରିବାକୁ ଯୋଜନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe