ପିକଅପରେ ୧୮ଟି ଗୋରୁ ଚାଲାଣ ହେଉଥିବା ସମୟରେ ଗାଡି ଅଟକ ରଖିଲେ ଗ୍ରାମବାସୀ

ପିକଅପରେ ୧୮ଟି ଗୋରୁ ଚାଲାଣ ହେଉଥିବା ସମୟରେ ଗାଡି ଅଟକ ରଖିଲେ ଗ୍ରାମବାସୀ

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା କଙ୍କଡ଼ାହାଡ଼ ଗ୍ରାମ ନିକଟରେ ଗୋରୁ ଗାଡି ଅଟକ। ଗ୍ରାମବାସୀ ଡ୍ରାଇଭର ମହାସଂଘ ଓ ବଜରଙ୍ଗ କ୍ଳବ୍ ଦ୍ବାରା ଅଟକ ରଖିଛନ୍ତି। ଏକ ପିକଅପରେ ୧୮ଟି ଗୋରୁ ଚାଲାଣ ସମୟରେ ଅଟକ ରଖିଲେ। ଗୋଟିଏ ଗାଈ ମୃତ ଓ ଅନ୍ୟ ସବୁ ଜୀବିତ। ବନ୍ଧୁକ ଦେଖାଇ ଅନ୍ୟ ଦୁଇଟି ଗାଡ଼ିରେ ୧୫ ଚୋରା ଚାଲାଣକାରୀ ଫେରାର ହୋଇଯାଇଛନ୍ତି।

ସୂଚନା ମୁତାବକ, ଆଜି ସକାଳ ସମୟରେ ଏକ ପିକଅପ ଭ୍ୟାନରେ ଗାଈ ଚାଲାଣ ପାଇଁ ଢେଙ୍କାନାଳ ପର୍ଜଙ୍ଗ ଆଡୁ ଭାପୁର ଆଡ଼େ ନେଇ ଯାଉଥିବା ସମୟରେ କଙ୍କଡ଼ାହାଡଠାରେ ଗାଡିଟିକୁ ଅଟକ ରଖିଥିଲେ। ଭ୍ୟାନଟି ସଦର ଥାନା ଗେଙ୍ଗୁଟିଆ ଗ୍ରାମ ନିକଟରେ ଜଣକୁ ଦୁର୍ଘଟଣା ଘଟାଇ ଚାଲିଯାଉଥିବା ବେଳେ ଖବର ପାଇ କଙ୍କଡାହାଡଠାରେ ଅଟକ ରଖିଥିଲେ।

ଗୋରୁ ଗାଡିଟିକୁ ଜାଇଲୋ ଏବଂ ସ୍କର୍ପିଓରେ ୧୫ ଜଣ ଚୋରାଚାଲାଣ କାରି ଗ୍ରାମବାସୀଙ୍କୁ ବନ୍ଧୁକ ଦେଖାଇ ଗୋରୁ ଗାଡି ଛାଡି ଡ୍ରାଇଭରକୁ ନେଇ ଚାଲିଯାଇଛନ୍ତି। ଗାଡିରୁ ଗାଈ ଗୁଡିକୁ ଗ୍ରାମବାସୀମାନେ ଖୋଲି ଦେଇଥିବା ବେଳେ ୧୮ଟି ଗାଈରୁ ଗୋଟିଏ ଗାଈର ମୃତ୍ୟୁ ହୋଇଯାଇଛି। ଘଟଣାସ୍ଥଳରେ ସଦର ପୁଲିସ ପହଞ୍ଚି ପିକ୍ ପକୁ ଜବତ କରି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe