ଢେଙ୍କାନାଳ: ଶାଶୂ ଉପରେ କିରାସିନ ଢାଳି ନଅାଁ ଲଗାଇ ଦେଲା ବୋହୂ: ୪ ଆହତ

ଢେଙ୍କାନାଳ: ଶାଶୂ ଉପରେ କିରାସିନ ଢାଳି ନଅାଁ ଲଗାଇ ଦେଲା ବୋହୂ: ୪ ଆହତ

ଢେଙ୍କାନାଳ: ରବିବାର ସକାଳ ୯ଟା ବେଳେ ସ୍ଥାନୀୟ ଲକ୍ଷ୍ମୀବଜାର ଜଣେ ବୋହୂ ତାଙ୍କ ଶାଶୂ ଉପରେ କିରାସିନ ଢାଳିବା ପରେ ଦିଆଶିଲି ମାରି ନିଅାଁ ଲଗାଇ ଦେଇଛନ୍ତି। ଫଳରେ ନିଅାଁ ଲାଗି ଶାଶୂ ଓ ବୋହୂଙ୍କ ସମେତ ପରିବାରର ୪ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଶାଶୂ ସରସ୍ୱତୀ ବାରିକ, ପୁଅ ପବିତ୍ର ବାରିକ, ବୋହୂ ରୋଜାଲିନ୍‌ ବାରିକ ଏବଂ ସେମାନଙ୍କର ୧୦ ମାସର ଝିଅ ଶୁଭଲକ୍ଷ୍ମୀ।

ସରସ୍ୱତୀଙ୍କ କହିବା ଅନୁସାରେ, ଆଜି ସକାଳେ ବୋହୂ ରୋଜାଲିନ୍‌ ରୋଷେଇ କରିବାକୁ ତାଙ୍କୁ କିରାସିନ ମାଗିଥିଲେ। ଗତକାଲି ଠାରୁ ଘରୋଇ କଳି ଯୋଗୁଁ ରାଗି ଥିବା ରୋଜାଲିନ୍‌ ସେ କିରାସିନ ତାଙ୍କ ଉପରେ ଢାଳି ନିଅାଁ ଲଗାଇ ଦେଇଥିଲା। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ପବିତ୍ର ଆହତ ହୋଇଥିବା ପ୍ରକାଶ।

ଚିକିତ୍ସା ପାଇଁ ସମସ୍ତଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୮୦% ପୋଡ଼ି ଯାଇଥିବାରୁ ଶାଶୂ ଅବସ୍ଥା ଉଦ୍‌ବେଗଜନକ ଅଛି। ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇ ପାରେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe