symbolic pic
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ରାଙ୍କିଆ ଗାଁ କଇଁଥଗୋଡା ନିକଟରେ ଚାଷ ଜମିରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ବିଦ୍ୟୁତ ଆଘାତ କାରଣରୁ ଦନ୍ତା ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ହାତୀଟିର ବୟସ ୨୫ ବର୍ଷରୁ ଅଧିକ ହେବ ବୋଲି କୁହାଯାଉଛି। ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ହାତୀର ଶୁଣ୍ଢଟି ବିଦ୍ୟୁତ ତାର ସହିତ ଲାଗି ଗଭୀର ଆଘାତ ଏବଂ ରକ୍ତାକ୍ତ ହୋଇଥିବା ଦେଖିବାକୁ ମିଳିଛି। ଚାଷ ଜମିରେ ବିଛା ହୋଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟି ମୃତ୍ୟୁବରଣ କରିଥିବା ସ୍ଥାନୀୟ ଲୋରେ କହିଛନ୍ତି।
ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ହାତୀର ମୃତ୍ୟୁ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି। ତେବେ ଗତକାଲି ସେହି ଅଞ୍ଚଳରେ ଦୁଇଟି ହାତୀ ବୁଲୁଥିବା ବେଳେ ଆଜି ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଛି।
Follow Us