ପୋଖରୀରୁ ନିଖୋଜ ନାବାଳକର ମୃତଦେହ ଉଦ୍ଧାର

Advertisment
ପୋଖରୀରୁ ନିଖୋଜ ନାବାଳକର ମୃତଦେହ ଉଦ୍ଧାର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଳା କଙ୍କଡାହାଡ଼ ଥାନା ବିରାଶାଳ ପଞ୍ଚାୟତ ଅନ୍ତର୍ଗତ ବନ୍ଧସାହି ଗାଁ ପୋଖରୀରୁ ନିଖୋଜ ୧୨ ବର୍ଷିୟ ନାବାଳକର ମୃତଦେହ ଉଦ୍ଧାର କରାଯାଇଛି। ମୃତ ନାବାଳକ ଜଣଙ୍କ ଗାଁର ରବି ନାରାୟଣ ଗୁଇଆଙ୍କ ପୁଅ ଜିତେନ୍ ଗୁଇଆ। ଜିତେନ୍ ଗତ ୨୨ ତାରିଖ ଦିନଠାରୁ ନିଖୋଜ ଥିଲେ। ଆଜି ତାଙ୍କ ମୃତଦେହ ବନ୍ଧସାହି ଗାଁ ପୋଖରୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ କଙ୍କଡାହାଡ଼ ଥାଖନା ପୁଲିସକୁ ଖବର ଦେଇଥିଲେ।

publive-image

କଙ୍କଡାହାଡ଼ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି। ତେବେ କେଉଁ କାରଣରୁ ଏବଂ କିପରି ଭାବରେ ନାବାଳକର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାହା ଜଣା ପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe