India Rail Info
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଶ୍ୟାମାଚରଣପୁର ଷ୍ଟେସନ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇଛି। ତେବେ ମୃକଙ୍କର ପରିଚୟ ମିଳିଛି। ସେହି ଯୁବକ ଗଁଦିଆ ଥାନା ଠାକୁରପାଳ ଗାଁର ବୋଲି ସୂଚନା ମିଳିଛି। ଏଣେ ଏହି ଘଟଣାକୁ ନେଇ ହତ୍ୟା ସନ୍ଦେହ କରି ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ସେମାନଙ୍କ କହିବା କଥା ଯେ କେହି ହତ୍ୟା କରି ତାଙ୍କ ମୃତଦେହକୁ ଶ୍ୟାମାଚରଣପୁର ଷ୍ଟେସନ ନିକଟ ରେଳ ଧାରଣା ଉପରେ ଫିଙ୍ଗି ଦେଇଛି। ଏହି ଘଟଣାର ତଦନ୍ତ କରି ହତ୍ୟାକାରୀକୁ ଧରିବା ଲାଗି ଦାବି କରାଯାଇଛି।
Follow Us