ବାହାଘରର ତିନିଦିନ ପରେ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ

Advertisment
ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ବସ୍ତା ଭିତରୁ ଗଳିତ ଶବ ଉଦ୍ଧାର

image source-india.com

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବିଦାବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ନବବିବାହିତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ବିଦାବନ୍ଧ ଗ୍ରାମର ମୁରଲୀଧର ନାଏକଙ୍କ ପୁଅ ମଦନ ମୋହନଙ୍କୁ ହିନ୍ଦୋଳ ଥାନା ଅଞ୍ଚଳର ହରିହର ନାଏକଙ୍କ ଝିଅ ଗତ ୧୭ ତାରିଖରେ ବିବାହ କରିଥିଲେ। ଆଜି ସକାଳ ୮ଟାରେ ନବବଧୂ ନିଜ ପିନ୍ଧା ଶାଢ଼ୀ ରେ ଫ୍ୟାନରେ ଝୁଲିଥିବାର ଦେଖିବାକୁ ମିଳିଥିଲା।
ଖବର ପାଇ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ତାଙ୍କ ଝିଅର ପୂର୍ବରୁ ମୁଣ୍ଡ ଦୋଷ ଥିଲା। ଶଶୁର ଘର ଲୋକଙ୍କର ଏଥିରେ କୌଣସି ସମ୍ପୃକ୍ତି ନାହିଁ ବୋଲି ମୃତକଙ୍କର ବାପା ହରିହର ପୁଲିସକୁ ଲିଖିତ ଭାବେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe