୫୫ ନମ୍ବର ଜାତୀୟ ରାଜପଥର ମରାମତି ଦାବି: ଭୁବନେଶ୍ୱରରୁ ସମ୍ବଲପୁରକୁ ବସ୍ ଚଳାଚଳ ବନ୍ଦ

Advertisment
୫୫ ନମ୍ବର ଜାତୀୟ ରାଜପଥର ମରାମତି ଦାବି: ଭୁବନେଶ୍ୱରରୁ ସମ୍ବଲପୁରକୁ ବସ୍ ଚଳାଚଳ ବନ୍ଦ

କଟକ: ଆଜି ଭୁବନେଶ୍ୱରରୁ ସମ୍ବଲପୁରକୁ ବସ୍ ଚଳାଚଳ ବନ୍ଦ ରହିଛି। ବିଶେଷ କରି କଟକ- ଭୁବନେଶ୍ୱରରୁ ଢେଙ୍କାନାଳ, ଅନୁଗୁଳ, ତାଳଚେର, ରେଢ଼ାଖୋଲ ଓ ସମ୍ବଲପୁରକୁ ବସ୍ ଚଳାଚଳ ବନ୍ଦ ରହିଥିବା ଜଣାଯାଇଛି। ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ୧୮ ଘଣ୍ଟା ଯାଏଁ ବସ୍ ଚଳାଚଳ ବନ୍ଦ ରହିଛି।

କଟକର ଘରୋଇ ବସ୍ ମାଲିକ ତଥା ଘରୋଇ ବସ୍ ମାଲିକ ସଂଘର ସଂପାଦକ ଅଜୟ ବାରିକ କହିଛନ୍ତି, ଦୀର୍ଘ ଦିନ ହେଲା ୫୫ ନମ୍ବର ଜାତୀୟ ରାଜପଥର ମରାମତି ଦାବି କରାଯାଉଛି। ଏନେଇ ସରକାରଙ୍କୁ ଅନୁରୋଧ କରାଯାଇଛି। ପତ୍ର ବି ଲେଖାଯାଇଛି। ମାତ୍ର ରାସ୍ତାର ଉପଯୁକ୍ତ ମରାମତି ହେଉନାହିଁ। ଧୀର ମନ୍ଥର ଗତିରେ କାମ ଚାଲିଛି। ଏଣୁ ଏହି ବାଟଦେଇ ଯାତାୟତ କରୁଥିବା କୌଣସି ବସ୍ ଠିକ୍ ସମୟରେ ପହଞ୍ଚି ପାରୁନାହାନ୍ତି। ଏପରିକି ଗାଡ଼ିଗୁଡ଼ିକର ଟାୟାର କାଚ ଆଦି ଖରାପ ହୋଇଯାଉଛି। ଏଥିଲାଗି ବସ୍ ଚଳାଚଳରେ ଅସୁବିଧା ହେଉଛି। ଏଣୁ ବନ୍ଦ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ।

ଆଜି ପ୍ରତୀକାତ୍ମକ ଭାବେ ଏହି ଧର୍ମଘଟ ହୋଇଛି। ଯଦି ଉପଯୁକ୍ତ ପଦକ୍ଷେପ ନ ନିଆଯାଏ, ତେବେ ଆଗାମି ଜାନୁଆରି ୧ ତାରିଖରୁ ଅନିର୍ଦ୍ଧିଷ୍ଟ ସମୟ ଯାଏଁ ବସ୍ ଚଳାଚଳ ବନ୍ଦ ରଖାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe