ଧାନ ଫସଲ ଜଗିବାକୁ ଯାଇଥିବା ଦୁଇ ଚାଷୀ ହାତୀ ଆକ୍ରମଣର ଶିକାର

Advertisment
ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଳି ଦେଲା ଦନ୍ତା

Elephant Nature Park

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଂଚାୟତ ଜୁଆଙ୍ଗ ସାହିରେ ଦୁଇ ଜଣ ଚାଷୀ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ହାତୀ ଧାନ ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ଧାନ ଫସଲ ଜଗିଥାନ୍ତି।

ସବୁଦିନ ଭଳି ଆଜି ମଧ୍ୟ ଗାଁର ଚାଷୀ ଜଳଧର ପଧାନ (୩୦ବର୍ଷ) ଓ ତାଙ୍କ ଭାଇ ପ୍ରଦୀପ ପଧାନ (୧୮ବର୍ଷ) ଧାନ ଜଗିଥିବା ବେଳେ ହଠାତ ୭ରୁ ଅଧିକ ହାତୀପଲ ଆସି ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ଯାହା ଫଳରେ ଜଳଧରଙ୍କର ଜଙ୍ଘ ଭାଙ୍ଗି ଯିବା ସାଙ୍ଗକୁ ପ୍ରଦୀପ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସରେ କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ଭର୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe