ହାତୀ ଆତଙ୍କ: ଦୁଇଟି ପୃଥକ ଗାଁରେ ‌ଶୌଚ ପାଇଁ ଯାଇଥିବା ୨ ଜଣଙ୍କ ଜୀବନ ଗଲା

Advertisment
ଶୋଇଥିବା ବେଳେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ

symbolic pic

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ଆଜି ସକାଳୁ ସକାଳୁ ହାତୀ ପୃଥକ ପୃଥକ ଗାଁରେ ୨ ଜଣଙ୍କ ଜୀବନ ନେଇଛି । ପ୍ରଥମେ ଖାଲପାଳ ଗାଁରେ ଭୋର ପ୍ରାୟ ୪ଟା ବେଳେ ବୃଦ୍ଧ ଅଲେଖ ନାୟକ (୬୦ବର୍ଷ) ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ମାରିଥିଲା। ପୁଣି ସାଢେ ୬ଟା ବେଳେ ପରଜଙ୍ଗ ପଞ୍ଚାୟତ ଗଣ୍ଡତଇଳାର ଜଣେ ବୃଦ୍ଧା ବାରି ନାୟକ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ମାରିଲା ହାତୀ।

ମହାବିରୋଡ଼ ରେଞ୍ଜ ପରଜଙ୍ଗ ଅଞ୍ଚଳରେ ଆଜି ସକାଳୁ ହାତୀ ଆତଙ୍କ ଖେଳାଇଛି ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହାତୀଟି ପରଜଙ୍ଗ ବାରବାଙ୍କ ଜଙ୍ଗଲକୁ ଚାଲି ଯାଇଥିବା ରେଞ୍ଜର ସତ୍ୟ ନାରାୟଣ ସାହୁ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe