କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ହାତୀର ମୃତ୍ୟୁ

Advertisment
ବାର୍‌ହା ଶିକାର ପାଇଁ ବିଛାଇଥିଲେ ବିସ୍ଫୋରକ: ସଂଘର୍ଷ କରି ଜୀବନ ଗଲା

ଢେଙ୍କାନାଳ: ବୌଦ୍ଧରୁ ଉଦ୍ଧାର ହୋଇ କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରକୁ ଆସିଥିବା ଦନ୍ତା ହାତୀର ମୃତ୍ୟୁ ହୋଇଛି। ବନ ବିଭାଗ ଦ୍ୱାରା ଏହା ସ୍ଥାନାନ୍ତର ହେବା ପରେ ଆଜି ଭୋର ସମୟରେ ଆଖି ବୁଜିଛି ଦନ୍ତା ହାତୀ। କଣ୍ଟାମାଳ ଅଞ୍ଚଳରେ ଆତଙ୍କ ଖେଳାଇବା ପରେ ଦନ୍ତାକୁ ବନ ବିଭାଗ କାବୁ କରିଥିଲା। ଏବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ।

ତେବେ ଅତ୍ୟଧିକ ନିଶ୍ଚେତକ ଦିଆଯାଇଥିବାରୁ ହାତୀର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଏହି ଦନ୍ତାଟି ପୋଷା ହାତୀ, କିନ୍ତୁ ତାର ମାହୁନ୍ତ ଚୋରା ଗଞ୍ଜେଇ ଚାଲାଣ କାରବାରରେ ଗିରଫ ହୋଇ ଜେଲରେ ରହିଛି। ଏହାପରେ ହାତୀଟି ବେକାବୁ ହୋଇଯାଇଥିଲା। ବୈାଦ୍ଧ କଣ୍ଟାମାଳ ଅଞ୍ଚଳରେ ଉତ୍ପାତ କରୁଥିଲା । ଏପରିକି ୨ ଜଣଙ୍କ ଜୀବନ ନେଇଛି। ଏହାପରେ ବୌଦ୍ଧ ବନ ବିଭାଗ ହାତୀକୁ ନିଶ୍ଚେତକ ଦେଇ କାବୁ କରିଥିଲେ। ଏହାପରେ ଢେଙ୍କାନାଳ କପିଳାସ ହାତୀ ସରଂକ୍ଷଣ କେନ୍ଦ୍ରକୁ ଅଣାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe