ବିଳମ୍ବିତ ରାତିରେ ସହର ଭିତରେ ବୁଲିଲା ହାତୀ, ଭୟଭୀତ ହୋଇଗଲେ ଲୋକେ

Advertisment
ଶୋଇଥିବା ବେଳେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ

symbolic pic

କାମାକ୍ଷାନଗର: କାମାକ୍ଷାନଗର ସହର ମଧ୍ୟରେ ବିଳମ୍ବିତ ରାତିରେ ବୁଲିଲା ହାତୀ। ରାତି ପ୍ରାୟ ୧୨ଟା ସମୟରେ ପ୍ରଥମେ ଏକ ହାତୀକୁ ଜାତୀୟ ରାଜପଥ ଉପରେ ବାଉଁଶପାଳ ଆଡୁ ଆସୁଥିବାର ଦେଖାଯାଇଥିଲା। ପରେ ହାତୀଟି ସହର ମଧ୍ୟକୁ ପଶି ଆସିବା ସହ ହନୁମାନ ମନ୍ଦିର ସମ୍ମୁଖ ଦେଇ କୋର୍ଟ ଭିତରକୁ ଯାଇଥିଲା।

ସେଠାରେ କିଛି ସମୟ ରହିବା ପରେ ହାତୀଟି ରେକୁଳା ଗ୍ରାମ ଭିତରକୁ ପଶିଯାଇଥିଲା। ହାତୀକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇଯାଇଥିଲେ। ରାତି ହୋଇଥିବାରୁ ବନ ବିଭାଗ ତରଫରୁ ହାତୀକୁ ଘଉଡାଇବା ପାଇଁ ନୟାନ୍ତ ହେବାକୁ ପଡିଥିଲା। ପରେ ହାତୀଟି ଆଳତୁମା ଆଡ଼କୁ ଯିବା ସହ ନଦୀ ପାର ହୋଇ ଜଙ୍ଗଲକୁ ପଳାଇଯାଇଥିବା ଜଣାପଡିଛି। ପ୍ରାୟ ୩ ଘଣ୍ଟା ଧରି ହାତୀଟି ସେଠାରେ ଉପସ୍ଥିତି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe