ଦମ୍ପତିଙ୍କୁ ଦଳିଦେଲା ଦନ୍ତା: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

Advertisment
ଦମ୍ପତିଙ୍କୁ ଦଳିଦେଲା ଦନ୍ତା: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

କାମାକ୍ଷାନଗର: ଦମ୍ପତିଙ୍କୁ ଜଙ୍ଗଲ ଭିତରେ ଦଳିଦେଲା ଦନ୍ତା। ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ପଙ୍ଗାତିରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚାନ୍ଦପୁର ଗାଁରେ। ଚାନ୍ଦପୁର ଗାଁ କାଉଁଶିନାଳୀ ସାହିର ରୁମା ଓରଫ ରମେଶ ବେହେରାଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ତାରା ବେହେରା ଗୁରୁତର ହୋଇ ପ୍ରଥମେ ମହାବିରୋଡ଼ ମେଡ଼ିକାଲ ଏବଂ ପରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ରମେଶଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ସୂଚନା ଅନୁଯାୟୀ ,ଉଭୟ ସ୍ୱାମୀ ସ୍ତ୍ରୀ ଆଜି ଭୋର ସମୟରେ ଶୌଚ ପାଇଁ ଘର ପାଖ ନଟାନାଳୀକୁ ଯାଇଥିଲେ। ସେଠାରେ ଉଭୟେ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ। ଦନ୍ତା ଉଭୟଙ୍କୁ ଦଳି ଦେଇଥିଲା।

publive-image

ଗୁରୁତର ଅବସ୍ଥାରେ ବନ ବିଭାଗ ଗାଡ଼ି ସହାୟତାରେ ନିକଟସ୍ଥ ମହାବିରୋଡ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ରମେଶଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe