ହିନ୍ଦୋଳରେ ହାତୀ ଉତ୍ପାତ: ଆଜି ପୁଣି ଜଣେ ବୃଦ୍ଧଙ୍କ ପ୍ରାଣହାନି

Advertisment
ଜଙ୍ଗଲକୁ ଶାଳପତ୍ର ଆଣିବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

symbolic pic

ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକରେ ପୁଣି ଆଜି ସକାଳେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ହିନ୍ଦୋଳ ଉପଖଣ୍ଡ କାରନ୍ଦା ଗ୍ରାମ ସାନସାହିର ମାହୁଳି ପ୍ରଧାନ (୭୦) ବିଲକୁ ଯାଇଥିବା ବେଳେ ଦନ୍ତା ହାତୀର ସାମ୍ନାରେ ପଡ଼ିଯାଇଥିଲେ। ଦନ୍ତାଟି ତାଙ୍କୁ ଦାନ୍ତରେ ଭୁସି ଦେଇଥିବା ଯୋଗୁଁ ଘଟଣାସ୍ଥଳରେ ମାହୁଳି ପ୍ରଧାନଙ୍କର ପ୍ରାଣହାନି ଘଟିଛି।

ସୂଚନାଯୋଗ୍ୟ, ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ହାତୁରା ପଞ୍ଚାୟତପଡ଼ା ଗ୍ରାମର ଟଙ୍କଧର ଭୋଇ (୪୮)ଙ୍କର ହାତୀ ଆକ୍ରମଣରେ ଗତକାଲି ମୃତ୍ୟୁ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଗତ କିଛି ଦିନ ଧରି ହାତୁରା ଓ ଏହାର ଆଖପାଖ ଅଞ୍ଚଳରେ ବଣୁଆ ହାତୀ ପଲ ଉତ୍ପାତ କରୁଛନ୍ତି।  ରାତିରେ ମଧ୍ୟ ଆଖପାଖ ଅଞ୍ଚଳରେ ହାତୀ ପଲ ଉତ୍ପାତ କରୁଥିଲେ। ଧାନ ଫସଲ ସାଙ୍ଗକୁ ଧନ ସମ୍ପତ୍ତି କ୍ଷୟକ୍ଷତି କରିଛନ୍ତି। ଗତକାଲି ସକାଳ ୫ଘଟିକା ସମୟରେ ପଡ଼ା ଗ୍ରାମର ଟଙ୍କଧର ଭୋଇ ନିଜ ଘର ପାଖ ଜମିକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ କରିବାକୁ ଗୋଡ଼ାଇଥିଲା। ଟଙ୍କଧର ଦୌଡ଼ି ଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇ ତଳେ ବସି ପଡିବାରୁ ହାତୀପଲ ଟଙ୍କଧରଙ୍କୁ ପାଦରେ ଦଳି ଶୁଣ୍ଢରେ କଚାଡ଼ି ଜୀବନ ନେଇଥିଲେ।

ସକାଳ ୬ ଘଟିକା ସମୟରେ ଆଖପାଖ ଲୋକମାନେ ଦେଖିଥିଲେ ଯେ ଟଙ୍କଧରଙ୍କ ମୃତଶରୀର ଜମି ନିକଟରେ ପଡ଼ିଥିଲା। ହାତୀ ଆକ୍ରମଣରେ ଗତ ଚାରି ଦିନ ତଳେ କଡଲା ଗ୍ରାମରେ ଜଣେ ଲୋକ ମୃତ୍ୟୁବରଣ କରିଥିବା ବେଳେ ଗତ ଦୁଇ ଦିନ ଭିତରେ ପୁଣି ହିନ୍ଦୋଳ ଉପଖଣ୍ଡ ଅଞ୍ଚଳରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଓ ତୁରନ୍ତ କ୍ଷତିପୂରଣ ଦାବି ପ୍ରଦାନ କରିବା ସହିତ ଅଞ୍ଚଳରୁ ହାତୀପଲକୁ ଘଉଡାଇବା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe