ହାତୀ ଆକ୍ରମଣରେ ଶ୍ରମିକ ମୃତ

Advertisment
ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟଗାର୍ଡ଼ ନିଲମ୍ବିତ; ବଡ଼ବଡ଼ିଆଙ୍କୁ ମାଫ୍, ତଳିଆଙ୍କୁ ଟାର୍ଗେଟ୍

Elephant Nature Park

ଖଜୁରିଆକଟା/ମେରାମଣ୍ଡଳୀ : ହିନ୍ଦୋଳ ଉପଖଣ୍ଡ ରୁଙ୍ଗଟା ମାଇନ୍ସଠାରୁ ମାତ୍ର ୫୦ ମିଟର ଦୂରରେ ଆଜି ଏକ ହାତୀ ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଦଣ୍ଡଧର ସାହୁ (୪୫) ଓ ତାଙ୍କ ଘର ହିନ୍ଦୋଳ ବ୍ଲକ୍ ଝାଡ଼ବନ୍ଧ ଗ୍ରାମରେ ବୋଲି ଜଣାଯାଇଛି। ସେ ପୂର୍ବରୁ ଦୁଦୁରକୋଟ ଗ୍ରାମରେ ରହୁଥିଲେ।
ପ୍ରକାଶ ଯେ, ଗତକାଲି ସଂଧ୍ୟାରେ ଦଣ୍ଡଧର ପ୍ରତିଦିନ ଭଳି ରୁଙ୍ଗଟା ମାଇନ୍‌ସରୁ କାମ ସାରି ବାଇକ୍‌ ଯୋଗେ ଘରକୁ ଫେରୁଥିବା ବେଳେ ମାଇନ୍ସଠାରୁ ମାତ୍ର ୫୦ ମିଟର ଦୂରରେ ଏକ ଦନ୍ତା ହାତୀର ସମ୍ମୁଖୀନ ହୋଇଥିଲେ। ଦନ୍ତାହାତୀଟି ତାଙ୍କୁ ଶୁଣ୍ଢରେ କଚାଡ଼ି ଦାନ୍ତରେ ଭୁସି ଦେଇଥିଲା। ଘଟଣାସ୍ଥଳରେ ଦଣ୍ଡଧରଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବାଲିମି ପୁଲିସ, ଫ‌ରେଷ୍ଟର, ରେଞ୍ଜର ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ବାଲିମି ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନାକୁ ପଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe