ହିନ୍ଦୋଳରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ

Advertisment
କାଜୁ ତୋଳିବାକୁ ଯାଇଥିଲେ ଦଳିଦେଲା ହାତୀ, କ୍ଷତିପୂରଣ ଦାବିରେ ୩ ଘଣ୍ଟା ରାସ୍ତାରୋକ

ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା  ହିନ୍ଦୋଳ ଉପଖଣ୍ଡ ଦୁଦୁରକୋଟ ଗ୍ରାମପଞ୍ଚାୟତ ଗୁରିଲୋ ଗ୍ରାମର ସୁରେଇ ସାମଲ (୬୮) ନିଜ କାଜୁ ବଗିଚାକୁ କାଜୁ ତୋଳିବାକୁ ଯାଇଥିବା ସମୟରେ ସକାଳ ୭ଟା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। କାଜୁ ତୋଳୁଥିବା ସମୟରେ ପଛ ପାଖରୁ ଆସି ହାତୀ ଆକ୍ରମଣ କରିବାରୁ ଗୁରୁତର ହୋଇଥିଲେ। ପ୍ରଥମେ ପ୍ରାଥମିକ ଚିକିତ୍ସା ପାଇଁ ହିନ୍ଦୋଳ ଡାକ୍ତରଖାନାକୁ ନେଇଥିଲେ ପରେ ଅବସ୍ଥା ଗୁରୁତର ଥିବାରୁ ଅନୁଗୁଳ ଡାକ୍ତରଖାନାକୁ ପଠାଇଦିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe