କୁକୁଡ଼ା ଫାର୍ମକୁ ଆସୁଥିଲେ ଶ୍ରମିକ: ବାଟରେ ଦଳିଦେଲା ଦନ୍ତା

Advertisment
ଗାତରେ ପଡ଼ି ଚାଲିଗଲା ଗର୍ଭବତୀ ହାତୀର ଜୀବନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପାରିଖେଦା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ଷଡ଼ଙ୍ଗୀ ରେଞ୍ଜ ବସସିଂହ ଗ୍ରାମପଞ୍ଚାୟତ ପାରିଖେଦା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଶ୍ରମିକ ମୃତ୍ୟୁ ହୋଇଛି।

ସୂଚନା ମୁତାବକ ପାରିଖେଦା ଗ୍ରାମର ଯୁବକ ଚନ୍ଦନ ନାଏକ ଗ୍ରାମ ନିକଟରେ ଥିବା ଏକ କୁକୁଡ଼ା ଫାର୍ମରେ ଶ୍ରମିକ ଭାବେ କାମ କରନ୍ତି। ପ୍ରତିଦିନ ଭଳି ଆଜି କାମ କରିବାକୁ ସକାଳ ୮ଟାରେ ଯାଉଥିବା ସମୟରେ କୁକୁଡ଼ା ଫାର୍ମ ନିକଟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ଚନ୍ଦନଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନ ସୃଷ୍ଟି ହୋଇଛି। ଗ୍ରାମ ନିକଟରେ ପ୍ରାୟ ୩ଟି ପଲରେ ୫୦ରୁ ଉର୍ଦ୍ଧ୍ବ ହାତୀ ରହିଛନ୍ତି। ହାତୀଙ୍କୁ ନେଇ ବର୍ଷ ତମାମ ଗ୍ରାମବାସୀମାନେ ଭୟରେ ରହୁଥିବା ବେଳେ ଗ୍ରାମରୁ ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଗ୍ରାମବାସୀମାନେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe