ଶୋଇଥିବା ବେଳେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ

Advertisment
ଶୋଇଥିବା ବେଳେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ

symbolic pic

ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କୁରୁମ ଟାଙ୍ଗର ଗାଁରେ ଆଜି ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟ ହୋଇଛି। ମୃତକଙ୍କ ନାଁ ଶ୍ରୀକାନ୍ତ ପରିଡ଼ା।
ଶ୍ରୀକାନ୍ତ ଆଜି ଭୋର ସମୟରେ ଗାଁ ନିକଟ ଜମିରେ ଧାନ ଜଗିଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ।ଗତକାଲି ରାତିରେ ସେ ଧାନ ଜଗିବା ପାଇଁ ଯାଇଥିଲେ। ଚାଷ ଜମି ନିକଟସ୍ଥ ପୋଖରୀ କୂଳରେ ଥିବା ମଣ୍ଡପରେ ସେ ଶୋଇଥିଲେ।
ଭୋର ସମୟରେ ପୋଖରୀକୁ ପାଣି ପିଇବାକୁ ଆସିଥିବା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ହାତୀଟି ଶ୍ରୀକାନ୍ତଙ୍କୁ କଚାଡ଼ି ଦେଇଥିଲା। ଏହାଫଳରେ ତାଙ୍କର ଘଟଣାସ୍ଥଳରେ ପ୍ରାଣହାନି ଘଟିଥିଲା। ଖବରପାଇ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଣେ ମୃତକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe