ଢେଙ୍କାନାଳ ସଦର: ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି କୋତ୍ତମ ଗ୍ରାମପଞ୍ଚାୟତର ଜରିପାଳ ଗ୍ରାମର ପାର୍ଥ ସାମଲ, ସମୀର ସାମଲ ଓ ଅମୀର ସାମଲଙ୍କ ଘରେ ହାତୀ ପଶି ଭାତ, ଧାନ,ଚାଉଳ, ବିରି, ଘରର ଅନ୍ୟାନ୍ୟ ଜିନିଷ ଖାଇବା ସହିତ ଅନେକ ଜିନିଷ ଭାଙ୍ଗିଥିବା ଜଣାପଡ଼ିଛି। ଘରେ ସମସ୍ତେ ଶୋଇଥିବା ସମୟରେ ହାତୀ ରାତି ୧୧ଟା ବେଳେ ଘର ଭିତରକୁ ପଶି ଯାଇଥିଲା।
/sambad/media/post_attachments/wp-content/uploads/2023/02/3150fc22-7bfe-40eb-95e5-8658153d84c0-1024x462.jpg)
ମଝି ଦୁଆରେ ରହି ୩ ବଖରା ଘରୁ ଜିନିଷ ଶୁଣ୍ଢରେ ଟାଣି ଖାଇ ବିଞ୍ଚିବା ସହ ୧ଘଣ୍ଟା ଧରି ତାଣ୍ଡବ ରଚି ଖଟ ପଲଙ୍କ, ଫ୍ୟାନ, ଟିଭି, ଚୌକି ଇତ୍ୟାଦି ଭାଙ୍ଗି ଥିଲେ। ଭାପୁର ଫରେଷ୍ଟର ଘଟଣାସ୍ଥଳ ବୁଲି ଦେଖିବା ସହ କ୍ଷତିପୂରଣ ଲାଗି ଆବେଦନ କରିବାପାଇଁ ପୀଡ଼ିତଙ୍କୁ କହିଥିଲେ। ସ୍ଥାନୀୟ ସରପଞ୍ଚ ରୋହିତ ସାମଲ ବି ଆସି ବୁଲି ଦେଖିଥିଲେ। ଲୋକମାନଙ୍କୁ ଚୁଡା,ବିସ୍କୁଟ ଖାଇବା ପାଇଁଁ ଦେଇଥିଲେ। ଘର ଭିତରେ ଠିଆ ହୋଇ ଏଭଳି କାଣ୍ଡ ହାତୀ ଘଟାଇବା ନୂଆ ଘଟଣା। ହାଇମାକ୍ସ ଲାଇଟ, ହାତୀ ସୁରକ୍ଷା କମିଟି, ହାତୀ ସ୍କ୍ବାଡ ନିୟୋଜିତ କରିବା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Follow Us