କାମାକ୍ଷାନଗର: ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଭୁବନ ଓ ପର୍ଜଙ୍ଗର ୨ଟି ସ୍ଥାନରେ ଚଢ଼ଉ କରି ୭୦କେଜି କେଜି ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି ବିଭାଗ। ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି କହିଛି ବିଭାଗ। ଏଥିରେ ସଂପୃକ୍ତ ୭ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଅବକାରି ବିଭାଗର ୪ଟି ଟିମ ପର୍ଜଙ୍ଗ ବାରିହାପୁର,କାମାକ୍ଷାନଗରର ଆଳତୁମା ଓ ଭୁବନର ବାଲିଝାଟି ଏବଂ ଡେଙ୍ଗାବାହାଳି ଅଞ୍ଚଳରେ ଚଢ଼ଉ କରି ଏହି ସଫଳତା ପାଇଛି।
ଏହି ଚଢ଼ଉରେ ଢେଙ୍କାନାଳ ଅବକାରୀ ବିଭାଗର ଷ୍ଟାଫ ମଧ୍ୟ ସହଯୋଗ କରିଥିଲେ। ଘଟଣାରେ ୩ଟି ବୋଲେରୋ ଓ ଏକ ଜେନ ଏଷ୍ଟିଲୋ ଗାଡ଼ି ସମେତ ୮ଟି ମୋବାଇଲ ଫୋନ, ୩ଟି ଏଟିଏମ କାର୍ଡ ମଧ୍ୟ ଜବତ କରାଯାଇଛି।ଏହି ଗଞ୍ଜେଇ ସବୁ ବୈାଦ୍ଧରୁ ବେପାରିମାନେ ଆଣି ଢେଙ୍କାନାଳ ଜିଲ୍ଲା ଓ ଯାଜପୁର ଜିଲ୍ଲାର ବିଭିନ୍ନ ଜାଗାରେ ଯୋଗାଣ କରୁଥିବା ସୂଚନା ଦେଇଛି ଅବକାରୀ ବିଭାଗ।ତେବେ ଦୀର୍ଘ ଦିନ ହେବ ଏହି ଭଳି ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଅବକାରୀ ବିଭାଗକୁ ଚକମା ଦେଇ ଗଞ୍ଜେଇ ମାଫିଆମାନେ ବ୍ୟବସାୟ କରୁଥିଲେ।
Follow Us