ଅଁଳାବେରେଣି ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୫ବଖରା ଘର

Advertisment
ଅଁଳାବେରେଣି ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୫ବଖରା ଘର

କାମାକ୍ଷାନଗର: ଅଗ୍ନିକାଣ୍ଡରେ ଜଳିଗଲା ୫ବଖରା ଘର। ଲକ୍ଷାଧିକ ଟଙ୍କାର ଘର ସାମଗ୍ରି ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ମୂତାବକ କାମାକ୍ଷାନଗର ବ୍ଲକ ଅଁଳାବେରେଣି ଗ୍ରାମ ହରିଜନ ସାହିରେ ସକାଳେ ଅଗ୍ନିକାଣ୍ଡ ଘଟି ଗ୍ରାମର ବିଷ୍ଣୁ ନାଏକ ଓ ଭୀମସେନ ନାଏକଙ୍କ ୫ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି।
କେଉଁ କାରଣରୁ ନିଆଁ ଲାଗିଲା ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ନିଆଁର ପ୍ରକୋପ ଏତେ ଜୋର ଥିଲା ଯେ ଘରୁ କୈାଣସି ସରଞ୍ଜାମ ବାହାର କରିବା ସମ୍ଭବ ହୋଇପାରିଲା ନାହିଁ। ଲକ୍ଷାଧିକ ଟଙ୍କାର ସରଞ୍ଜାମ ପୋଡ଼ି ଯାଇଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe