କାମାକ୍ଷାନଗର ବ୍ଲକ ପୁରୁଣା ସଭାଗୃହରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ

Advertisment
କାମାକ୍ଷାନଗର ବ୍ଲକ ପୁରୁଣା ସଭାଗୃହରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ପୁରୁଣା ସଭାଗୃହରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨ଟି ଏସି, ଫ୍ୟାନ, ଚେୟାର, ଟେବୁଲ ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଇଲେକ୍ଟ୍ରିକ ସର୍ଟସର୍କିଟ ଯୋଗୁ ହୋଇଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ ବ୍ଲକର ଉପର ମହଲାରେ ଥିବା ପୁରୁଣା ସଭାଗୃହରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଏତେ ଜୋରରେ ଲାଗିଥିଲା ଯେ ଡ୍ୟୁଟିରେ ଥିବା ରାତ୍ର ଜଗୁଆଳି ମଧ୍ୟ ନିଆଁକୁ ଲିଭାଇବା ସମ୍ଭବ ହୋଇପାରି ନଥିଲା। ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିବା ବେଳେ ସେତେବେଳକୁ ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇସାରିଥିଲା। ପ୍ରାୟ ୧ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe