କାମାକ୍ଷାନଗର: ଯୁବ ବିଜେଡି ନେତା କାହ୍ନୁ ସାହୁଙ୍କୁ ଗୁଳିମାଡ଼, କାରଣ ଅସ୍ପଷ୍ଟ

Advertisment
କାମାକ୍ଷାନଗର: ଯୁବ ବିଜେଡି ନେତା କାହ୍ନୁ ସାହୁଙ୍କୁ ଗୁଳିମାଡ଼, କାରଣ ଅସ୍ପଷ୍ଟ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସିର ଯୁବ ବିଜେଡି ନେତା କାହ୍ନୁ ସାହୁଙ୍କୁ ଗତ ରାତି ପ୍ରାୟ ୧୧ଟାରେ ଗୁଳିମାଡ଼ ହୋଇଛି। ନିଜ ଘରକୁ ସେ ତାଙ୍କ କାରରେ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ଘର ନିକଟରେ ଗୁଳିମାଡ଼ କରିଛନ୍ତି । ତାଙ୍କ ଡାହାଣ ହାତ ଓ ଜଙ୍ଗରେ ଗୁଳି ବାଜିଛି । ଏହାପରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। କିଏ କାହିଁକି ଏଭଳିଆ କାଣ୍ଡ କରିଛି, ତାହା ଜଣା ପଡ଼ିନାହିଁ। ଘର ଆଗରେ ଫୁଟା ଗୁଳିର ଖୋକା ଆଉ ଗାଡ଼ିର ଭଙ୍ଗା କାଚ ପଡ଼ିଛି । ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି ୩ଜଣ ଦୁର୍ବୃତ୍ତ ଆସି ଏଭଳି କାଣ୍ଡ କରିଛନ୍ତି। କାମାକ୍ଷାନଗର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୂର୍ବରୁ କାମାକ୍ଷାନଗରରେ ନିଜ ଘର ଆଗରେ କାହ୍ନୁ ସାହୁଙ୍କ କାର ଉପରେ ବୋମା ମାଡ଼ ହୋଇଥିବା ବେଳେ ଢେଙ୍କାନାଳ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ତାଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ କାର ଲୁଟ୍ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe