ଢେ଼ଙ୍କାନାଳରୁ ୨୦ କେଜି ଗଞ୍ଜେଇ ଜବତ

Advertisment
ଢେ଼ଙ୍କାନାଳରୁ ୨୦ କେଜି ଗଞ୍ଜେଇ ଜବତ

ଢେ଼ଙ୍କାନାଳ: ଢେ଼ଙ୍କାନାଳର ମହିଷାପାଟ ଛକଠାରେ ଟାଉନ ଥାନା ପୁଲିସ ୨୦ କେଜି ଗଞ୍ଜେଇ ଜବତ କରିଥିବାର ଖବର ମିଳିଛି। ପାଟ୍ରୋଲିଂ କରୁଥିବା ସମୟରେ ଜଣେ ଯୁବକ ଏକ ଟିଭିଏସ ମୋପେଡ ବାଇକରେ ଗଞ୍ଜେଇ ନେଇ ଯାଉଥିବା ସମୟରେ ପୁଲିସ ହାତରେ ଧରା ପଡିଛି। ଉକ୍ତ ଯୁବକକୁ ପୁଲିସ କାବୁ କରିବା ସହ ୨୦ କେଜି ଗଞ୍ଜେଇ ଜବତ କରିଛି। ଏହାର ଆନୁମାନିକ ମୁଲ୍ୟ ୭୦ ହଜାର ହେବ ବୋଲି ପୁଲିସ ଅଧିକାରୀ ପ୍ରକାଶ କରିଛନ୍ତି।

ଅଭିଯୁକ୍ତ ଯୁବକ ଭୁବନ ଅଞ୍ଚଳର ବରୁଣ ସାହୁ। ଏହି ଗଞ୍ଜେଇ ବେପାରୀଜଣକ ଶଙ୍କରପୁର ଅଞ୍ଚଳରୁ ଗଞ୍ଜେଇ ଆଣୁଥିବା ପୁଲିସ ପ୍ରକାଶ କରିଛି। କେବେ ଠାରୁ ଏହି ଯୁବକ ନିଶା କରବାର କରୁଛି କେଉଁ ଠାରୁ ଗଞ୍ଜେଇ ଆଣୁଥିଲେ କେଉଁ ଠାକୁ ବ୍ୟବସାୟ ପାଇଁ କରିଥିଲା ସମସ୍ତ ଦିଗକୁ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe