ଛାତ୍ରୀ ନିବାସରେ ରହୁଥିବା ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟୁ

Advertisment
ଛାତ୍ରୀ ନିବାସରେ ରହୁଥିବା ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟୁ

କାମାକ୍ଷାନଗର: ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଳକ ଡଙ୍ଗାପାଳ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ଲଷ୍ମୀ ମୁଣ୍ଡାଙ୍କର (୧୨ବର୍ଷ) କାମାକ୍ଷାନଗର ମେଡ଼ିକାଲରେ ମୃତ୍ୟୁ ହୋଇଛି। ସେ ଛାତ୍ରୀ ନିବାସରେ ରହିଥିବା ବେଳେ ସକାଳେ ଅସୁସ୍ଥ ହେବାରୁ ପ୍ରଥମେ ତାଙ୍କୁ କଙ୍କଡାହାଡ଼ ମେଡ଼ିକାଲକୁ ଅଣାଯାଇଥିଲା। ଲଷ୍ମୀଙ୍କୁ ପରେ କାମାକ୍ଷାନଗର ମେଡ଼ିକାଲକୁ ଅଣାଯାଇଥିବା ବେଳେ ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।ଘଟଣା ସ୍ଥଳରେ କଙ୍କଡାହାଡ଼ ବ୍ଲକ ଶିକ୍ଷା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଛାତ୍ରୀଙ୍କ ବାପା ବିପିନ ମୁଣ୍ଡା କହିଛନ୍ତି ଯେ ସେ ଜାଣି ନାହାନ୍ତି ଏହା କିପରି ଘଟିଛି। ଏଣେ ବିଦ୍ୟାଳୟର ଶିକ୍ଷୟତ୍ରୀ କହିଛନ୍ତି, ସକାଳୁ ଅସୁସ୍ଥ ହେବାରୁ ଲଷ୍ମୀ ମୁଣ୍ଡାଙ୍କୁ ସେମାନେ ମେଡ଼ିକାଲ ଆଣିଲେ। ଆଉ ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଡାକ୍ତର ସିଦ୍ଧାର୍ଥ ବେଉରିଆ କହିଛନ୍ତି, ମେଡ଼ିକାଲ ଆଣିଲା ବେଳକୁ ଛାତ୍ରୀଙ୍କର ମୃତ୍ୟୁ ହୋଇ ସାରିଥିଲା ପୋଷ୍ଟମଟମ ପରେ ପ୍ରକୃତ ଘଟଣା ଜଣା ପଡ଼ିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe