ଢେଙ୍କାନାଳ ସହରରେ ଚାଞ୍ଚଲ୍ୟ : ପଶ୍ଚିମବଙ୍ଗ ସୁନା କାରିଗରଙ୍କୁ ହତ୍ୟା

ଢେଙ୍କାନାଳ ସହରରେ ଚାଞ୍ଚଲ୍ୟ : ପଶ୍ଚିମବଙ୍ଗ ସୁନା କାରିଗରଙ୍କୁ ହତ୍ୟା

ଢେଙ୍କାନାଳ : ଢେଙ୍କାନାଳ ସହରରେ ଆଜି ଦିନ ଦ୍ୱିପ୍ରହରରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୀନା ବଜାର ସ୍ଥିତ ପଟ୍ଟନାୟକ ସାହିରେ ଭଡ଼ାଘରେ ରହୁଥିବା ପଶ୍ଚିମବଙ୍ଗର ସୁନା କାରିଗର ମଣ୍ଟୁ ପାତ୍ର(୪୨)ଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫେରାର୍‌ ହୋଇଯାଇଛି। ଦିନ ପ୍ରାୟ ୨ଟା ୪୫ମିନିଟ୍‌ରେ ଘଟିଥିବା ଏହି ହତ୍ୟାକାଣ୍ଡ ଜିଲ୍ଲାବ୍ୟାପୀ ଚାଞ୍ଚଲ୍ୟ ଖେଳାଇ ଦେଇଛି। ରିପୋର୍ଟ ଲେଖାଯିବା ସୁଦ୍ଧା ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏଥିରେ ମୃତ ମଣ୍ଟୁଙ୍କ ନିକଟତର ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।

ମୃତ ମଣ୍ଟୁଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟ ପୂର୍ବ ମେଦିନାପୁର ଜିଲ୍ଲା ଘାଟାଲ ଥାନା ପର୍‌ମାନିପାଟିି ଗାଁରେ। ଆଜି ଅପରାହ୍ନ ପ୍ରାୟ ୨ଟା ୪୫ମିନିଟ୍‌ରେ କେହି ଦୁର୍ବୃତ୍ତ ଘରେ ପଶି ତାଙ୍କ ବେକ ଓ ହାତକୁ ଚୋଟ ପରେ ଚୋଟ ମାରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରିପୋର୍ଟ ଲେଖାଯିବା ସୁଦ୍ଧା ହତ୍ୟାର କାରଣ କିଛି ଜଣାପଡ଼ି ନ ଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe