କାହା ପାଇଁ ସରକାରୀ ଆବାସ? ପଲିଥିନ ତଳେ ବିତୁଛି ଦିନ

Advertisment
କାହା ପାଇଁ ସରକାରୀ ଆବାସ?  ପଲିଥିନ ତଳେ ବିତୁଛି ଦିନ

କଣିହାଁ: କଣିହାଁ ବ୍ଲକ୍‌ ବିଜିଗୋଳ ଗାଁ କୀର୍ତ୍ତନ ବେହେରାଙ୍କ ପରିବାର ବହୁ ବର୍ଷ ହେଲା ନଡ଼ାଛପର ଘରେ ପଲିଥିନ୍‌ ଘୋଡ଼ାଇ ରହୁଛନ୍ତି। ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ। ଜନପ୍ରତିନିଧି ଓ ପ୍ରଶାସନକୁ ବାରମ୍ବାର ଗୁହାରି ସତ୍ତ୍ବେ ସରକାରୀ ଆବାସ ଯୋଜନାରେ ତାଙ୍କୁ ଘରଟିଏ ମିଳିଲା ନାହିିଁ ବୋଲି କୀର୍ତ୍ତନଙ୍କ ପତ୍ନୀ ରମା ବେହେରା ଅଭିଯୋଗ କରିଛନ୍ତି। ଅଭିଯୋଗରୁ ପ୍ରକାଶ, ବାତ୍ୟା‌ ଫନିରେ ତାଙ୍କ ଘର ଭାଙ୍ଗି ଯାଇଛି। ଜରି, ପଲିଥିନ୍‌ ଢାଙ୍କି ଭଙ୍ଗା ଦଦରା ଘରେ ବହୁ କଷ୍ଟରେ ପରିବାର ଦିନ କାଟୁଛି। ରାତିରେ ସରୀସୃପଙ୍କ ଭୟ ରହୁଛି। ବିଜୁ ପକ୍କା ଘର ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ଯୋଗାଇ ଦେବାକୁ ସେ ସ୍ଥାନୀୟ ବିଧାୟକଙ୍କୁ ନିବେଦନ କରିବା ସହ ବ୍ଲକ୍‌ କାର୍ଯ୍ୟାଳୟରେ ବହୁଥର ଗୁହାରି କରିଛନ୍ତି। ଏଥିପ୍ରତି କେହି କର୍ଣ୍ଣପାତ କରିନାହାନ୍ତି। ଅଥଚ କିଛି ସ୍ବଚ୍ଛଳ ଲୋକଙ୍କୁ ବିଜୁ ପକ୍କା ଘର ମିଳିଛି ବୋଲି ରମା ଅଭିଯୋଗ କରିଛନ୍ତି। ବିଜୁ ପକ୍କା ଘର ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଘର ଯୋଗାଇ ଦିଆଯିବାକୁ ରମାଙ୍କ ପରିବାର ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe