ବାକି ପଇସା ନ ଦେବାରୁ ଯୁବକଙ୍କୁ ହତ୍ୟା କଲେ ଗୁପଚୁପ ବିକାଳି

Advertisment
ବାକି ପଇସା ନ ଦେବାରୁ ଯୁବକଙ୍କୁ ହତ୍ୟା କଲେ ଗୁପଚୁପ ବିକାଳି

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପାଳସାହି ଗାଁରେ ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଆଜକଟା ଛୁରିରେ ହତ୍ୟା କଲେ ଗୁପଚୁପ ବିକାଳି। ମୃତ ଯୁବକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର ବିଭୂତି ସାହୁ। ତାଙ୍କୁ ସେହି ଗାଁର ଜଗବନ୍ଧୁ ସାହୁ ନାମକ ଗୁପଚୁପ ବିକାଳି ନିଜର ପିଆଜ କଟା ଛୁରିରେ ହତ୍ୟା କଲେ । ତେବେ ହତ୍ୟା କରିବା ପରେ ହତ୍ୟାକାରୀ ଫେରାର ହୋଇଯାଇଥିଲେ। ମାତ୍ର ପରେ ପୁଲିସ୍ ଖୋଜି ତାଙ୍କୁ ଗିରଫ କରିଥିବା ଜଣାଯାଇଛି।

publive-image

ବିଭୂତି ଗୁପଚୁପ ଖାଇ ପଇସା ଦେଇନଥିଲେ ଆଉ ପରେ ଏହାକୁ ନେଇ ବିବାଦ ହୋଇଥିଲା। ପରେ ପିଆଜକଟା ଛୁରିରେ ହତ୍ୟା କରି ଫେରାର ମାରିଥି‌ଲେ। ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି।

publive-image

ଜଗବନ୍ଧୁ ପ୍ରତିଦିନ ସନ୍ଧ୍ୟା ସମୟରେ ନିଜ ସାଇକେଲ ଯୋଗେ ଗାଁରେ ଗୁପଚୁପ ବେପାର କରନ୍ତି। ତେବେ ଗତକାଲି ରାତି ପ୍ରାୟ ୯ ଟା ସମୟରେ ଗୁପଚୁପ ବିକ୍ରି କରି ଘରକୁ ଫେରୁଥିବା ବେଳେ ବିଭୂତି ତାଙ୍କୁ ଅଟକାଇ ଗୁପଚୁପ ଦେବାକୁ କହିଥିଲେ। ତେବେ ତୁମର ପୁରୁଣା ପଇସା ବାକି ଅଛି ତେଣୁ ପୂର୍ବ ପଇସା ନଦେଲେ ମୁଁ ଗୁପଚୁପ ଦେବିନାହିଁ ବୋଲି ଜଗବନ୍ଧୁ କହିଥିଲେ। ଏହାକୁ ନେଇ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା, ଯାହା ରକ୍ତପାତର ରୂପ ନେଇଥିଲା। ଜଗବନ୍ଧୁଙ୍କ ଛୁରାମାଡ଼ରେ ବିଭୂତିଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe