ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମହିଳା କନଷ୍ଟେବଳଙ୍କ ମୃତଦେହ

Advertisment
ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମହିଳା କନଷ୍ଟେବଳଙ୍କ ମୃତଦେହ

ଢେଙ୍କାନାଳ:ଢେଙ୍କାନାଳ ଟାଉନଥାନାର ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଢେଙ୍କାନାଳ ଟାଉନଥାନା ଭିଏଚ୍‌ଏଫ୍‌ ବିଭାଗରେ କାର୍ଯ୍ୟରତ ମହିଳା କନଷ୍ଟେବଳ ସୁନିତା ନାୟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ରିଜର୍ଭ ଲାଇନ ପୁଲିସ କ୍ଵାର୍ଟରରେ ଆଜି ଭୋର ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୁନିତାଙ୍କ ସ୍ୱାମୀ ଗଣେଶ୍ୱର ନାୟକ ରିଜର୍ଭ ପୁଲିସରେ କାର୍ଯ୍ୟରତ ଅଛନ୍ତି। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ପାଇଁ ଏଭଳି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି । ଆଜି ଭୋର ୪ଟାରେ ସୁନିତା ବାଥରୁମ ଯାଇଥିଲେ। ଦୀର୍ଘ ସମୟ ଧରି ବାଥରୁମ ଭିତରୁ ନବାହାରିବାରୁ ସନ୍ଦେହ ବଢିଥିଲା। ପରେ ଯାଇ ଦେଖିବାରୁ ବାଥରୁମ ନିକଟରେ ଥିବା ଆଉ ଏକ କୋଠରୀରେ ସେ ଓଢଣୀରେ ଝୁଲି ପଡିଥିଲେ।

ପରେ ଖବର ପାଇବା ପରେ ଟାଉନ ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସୁନିତା ୨୦୧୧ ମସିହାରେ ବିବାହ କରିଥିଲେ। ତାଙ୍କର ୯ ବର୍ଷର ପୁଅ ଓ ୫ ବର୍ଷର ଝିଅ ଅଛନ୍ତି। ଘଟଣା ସମ୍ପର୍କରେ ପରିବାର ଲୋକେ କି ପୁଲିସ କେହି ବି ମୁହଁ ଖୋଲୁନାହାଁନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe