ବାଳକର ଝୁଲନ୍ତା ଶବ ଉଦ୍ଧାର

Advertisment
ବାଳକର ଝୁଲନ୍ତା ଶବ ଉଦ୍ଧାର

ଭୁବନ: ଭୁବନ ଥାନା ମହୁଲପାଳ ଗ୍ରାମ କୋଠଘରୁ ସ୍ଥାନୀୟ ପୁଲିସ ଜଣେ ବାଳକଙ୍କ ଶବ ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁଯାୟୀ, ମହୁଲପାଳ ଗ୍ରାମ ମଝି ସାହି ବାସିନ୍ଦା ଧନେଶ୍ୱର ସାହୁଙ୍କ ପୁଅ ଆଲୋକ ସାହୁ (୧୬) କଟକରେ ଆଟିଆଇ ପଢୁଥିବା ବେଳେ ମହାଶିବରାତ୍ରି ଜାଗର ଛୁଟିରେ ଘରକୁ ଆସିଥିଲେ। ଗତକାଲି ସଂଧ୍ୟା ସମୟରେ ସେ ଘରୁ ବାହାରକୁ ବୁଲିବାକୁ ଯାଇଥିଲେ। ଗତକାଲି ରାତି ୧୦ଟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଗତକାଲି ରାତି ସାଢେ ୧୦ଟା ସମୟରେ ଗ୍ରାମ କୋଠଘରେ ତାଙ୍କ ମୃତଦେହ ଝୁଲୁଥିବା ସଂପର୍କରେ ଖବର ମିଳିଥିଲା। ଆଜି ସକାଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଇଥିଲା। ତାଙ୍କ ପୁଅକୁ କେହି କୌଣସି କାରଣରୁ ହତ୍ୟା କରିଛି ବୋଲି ମୃତ ଆଲୋକଙ୍କ ବାପା ଧନେଶ୍ୱର ସାହୁ ଭୁବନ ଥାନାରେ ଅଭିଯୋଗ କରିଛନ୍ତି। ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe