କାମାକ୍ଷାନଗର: ଭୁଶୁଡି ପଡ଼ିଲା ରାମିଆଳ ସେତୁ, ବାଇକ୍‌ ସହ ଗାତରେ ପଡ଼ିଲେ ଆରୋହୀ

Advertisment
କାମାକ୍ଷାନଗର:  ଭୁଶୁଡି ପଡ଼ିଲା ରାମିଆଳ ସେତୁ, ବାଇକ୍‌ ସହ ଗାତରେ ପଡ଼ିଲେ ଆରୋହୀ

କାମାକ୍ଷାନଗର: କାମାକ୍ଷାନଗରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସେତୁକାମ ଆରମ୍ଭରୁ ନିର୍ମାଣ ଭୁଶୁଡି ପଡ଼ି ସୃଷ୍ଟି ହୋଇଥିବା ଗାତରେ ପଡ଼ି ଯାଇଛନ୍ତି ଜଣେ ବାଇକ୍‌ ଚାଳକ ଆହତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମାଠାରେ ରାମିଆଳ ନଦୀ ଉପରେ ସେତୁ କାର୍ଯ୍ୟ ଆରମ୍ଭରୁ ହିଁ ଭୁଶୁଡ଼ି ପଡ଼ି ଗାତ ହୋଇ ଯାଇଥିବା ସୂଚନା ରହିଛି। ସେଇ ବାଟ ଦେଇ ଯାଉଥିବା ଜଣେ ବାଇକ୍‌ ଚାଳକ ଉକ୍ତ ଗାତରେ ଖସି ପଡ଼ିବାରୁ ଗୁରୁତର ଆହତ ହୋଇଛନ୍ତି।

ବାଇକ ଆରୋହୀ ଜଣକ ହେଉଛନ୍ତି କାମାକ୍ଷାନଗର ଗାଲୁ ଗାଁର ଲିପୁନ ନାୟକ। ଆଜି ସକାଳ ୫ଟାରେ ନିଜ ଗାଁରୁ କାମାକ୍ଷାନଗର ଆସିଲା ବେଳକୁ ରାମିଆଳ ସେତୁ ଶେଷ ମୁଣ୍ଡରେ ହଠାତ ସେ ଗାତରେ ପଡ଼ି ଯାଇଥିଲେ । ତାଙ୍କୁ ପଡ଼ିଯିବା ଦେଖି ପାଖରେ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିଥିବା ସୂଚନା ରହିଛି। ସେ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ବାଇକ ଭାଙ୍ଗି ଯାଇଛି।

ଏହାପରେ ସେଠାରେ ଜାତୀୟ ରାଜପଥ ୫୩ ସମ୍ପ୍ରସାରଣ କାମ କରୁଥିବା ଠିକା କମ୍ପାନୀ ତରଫରୁ ସେହି ଗାତକୁ ବନ୍ଦ କରିବା ସହିତ ବାଡା ଲଗାଇ ଦିଆଯାଇଛି । ସେତୁ ନିକଟରେ ସମ୍ପ୍ରସାରଣ ପାଇଁ ଆଉ ଗୋଟିଏ ସେତୁ ନିର୍ମାଣ ଚାଲୁ ଅଛି। ତଳୁ ମାଟି ଉଠା ଯାଇଥିବାରୁ ଏଭଳି ଗାତ ହୋଇ ଯାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe