ମହିଳା ହିତାଧିକାରୀଙ୍କୁ ଭତ୍ତା ନଦେଇ ଫେରାଇ ଦେଲେ ନିର୍ବାହୀ ଅଧିକାରୀ

Advertisment
ଦରିଦ୍ର ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି ସରକାରଙ୍କ ବିଚାରାଧୀନ ନାହିଁ

Zee News

କାମାକ୍ଷାନଗର: ରାଜ୍ୟ ସରକାର ପ୍ରତି ମାସରେ ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମମାନଙ୍କ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ୫୦୦ ରୁ ୭୦୦ ଟଙ୍କା ଭତ୍ତା ଦେଉଛନ୍ତି । ଦଶୀପୁର ପଞ୍ଚାୟତ କାର୍ଯ୍ୟାଳୟଠାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଲିଆ ହାଁସଦା ଭତା ଦେଉଥିବା ବେଳେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବୃଦ୍ଧା ବିଧବା ମହିଳା ମଞ୍ଜରୀ ଦେହୁରୀ ଓ ତାଙ୍କ ଅବିବାହିତ ଝିଅ ସରସ୍ୱତୀ ଦେହୁରୀ ଭତ୍ତା ଟଙ୍କା ପାଇବା ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଖକୁ ଆସିଥିଲେ। ଭତ୍ତା ଟଙ୍କା ମାଗିବାରୁ ପିଇଓ କହିଥିଲେ ତୁମ ଦୁଇ ଜଣଙ୍କ ନାମରେ ଭତା ଟଙ୍କା ଆସିନାହିଁ। ପୂର୍ବରୁ ଭତ୍ତା ନେଉଥିବା ବେଳେ ଏ ମାସରେ ଆମ ଦୁଇ ଜଣଙ୍କ ଭତ୍ତା ଟଙ୍କା ଆସି କେମିତି ବୋଲି ମାଆ ଓ ଝିଅ ଦୁହେଁ ପ୍ରଶ୍ନ କରିଥିଲେ।

ସୂଚନା ଅନୁସାରେ ଦଶୀପୁର ଗାଁର ବିଧବା ମଞ୍ଜରୀ ଓ ତାଙ୍କ ଝିଅ ସରସ୍ୱତୀ ପର ପାଖରେ ମୂଲ ଲାଗିଲେ ପେଟ ପୋଶନ୍ତ। ଯେଉଁଦିନ ଅନ୍ୟ ପାଖରେ କାମ ନମିଳେ ସେହି ଦିନ ଉପାଷ ରହିଥାନ୍ତି। ମାସିକିଆ ଭତ୍ତାକୁ ଚାତକ ପରି ଚାହିଁଥାନ୍ତି। ସେହି ଭତ୍ତା ଟଙ୍କାରେ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି ।

ତେବେ ଏ ମାସରେ ଏପରି ଘଟିବା ପରେ ଏହି ଖବର ବିଷୟରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ନିଜର ମତ ରଖିଛନ୍ତି। ସେ କହିଛନ୍ତି କି ଏଭଳିଆ ହେବା କଥା ନୁ‌ହେଁ। ଏହାର ତଦନ୍ତ କରାଯିବ ଓ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe