ମେକ୍ ଇନ୍ ଓଡ଼ିଶା ୨୦୨୨: ଢେଙ୍କାନାଳରେ ହେବ ବୃହତ୍ ସୌର ପ୍ୟାନେଲ କାରଖାନା

Advertisment

ମେକ୍‌ ଇନ୍‌ ଓଡ଼ିଶା କନ୍‌‌କ୍ଲେଭ୍‌-୨୦୨୨

ମେକ୍‌ ଇନ୍‌ ଓଡ଼ିଶା କନ୍‌‌କ୍ଲେଭ୍‌-୨୦୨୨

ମେକ୍ ଇନ୍ ଓଡ଼ିଶା ୨୦୨୨: ଢେଙ୍କାନାଳରେ ହେବ ବୃହତ୍ ସୌର ପ୍ୟାନେଲ କାରଖାନା

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲାରେ ୱାରି ଗ୍ରୁପ ପକ୍ଷରୁ ଏକ ମେଗା ସୌର ପ୍ୟାନେଲ ପ୍ରକଳ୍ପ ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ କମ୍ପାନି ରାଜ୍ୟ ସରକାରଙ୍କ ସହ ଗତକାଲି ବୁଝାମଣାପତ୍ର ସ୍ବାକ୍ଷର କରିଛି। କମ୍ପାନି ରାଜ୍ୟରେ ବିଶ୍ବର ବୃହତ୍ ସମନ୍ବିତ ସୌର ପ୍ୟାନେଲ କାରଖାନା ନିର୍ମାଣ କରିବ। ଏଠାରେ ୧୦ ହଜାର ମେଗାୱାଟର ବିଦ୍ୟୁତ୍ ଉତ୍ପାଦନ କ୍ଷମତା ରହିବ।

ୱାରି ଗ୍ରୁପ୍ ନିବେଶ କରିବ ୨୫ ହଜାର କୋଟି

ଏଥିପାଇଁ କମ୍ପାନିକୁ ୯୦୦ ଏକର ଜମି ଯୋଗାଇ ଦିଆଯିବ। ଉକ୍ତ କାରଖାନା ସ୍ଥାପନ ଫଳରେ ୧୪ ହଜାର ପ୍ରତ୍ୟକ୍ଷ ଏବଂ ୨୫ ହଜାର ପରୋକ୍ଷ ନିଯୁକ୍ତି ରାଜ୍ୟରେ ସୃଷ୍ଟି ହେବ ବୋଲି ୱାରି ଗ୍ରୁପର ସିଇଓ ବିବେକ ଶ୍ରୀବାସ୍ତବ ଆଜି ସୂଚନା ଦେଇଛନ୍ତି। ମାଚ୍ଚ ସୁଦ୍ଧା କମ୍ପାନିର କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା ରହିଛି। ଶିଳାନ୍ୟାସର ଦେଢ଼ରୁ ଦୁଇବର୍ଷ ମଧ୍ୟରେ କାରଖାନା କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି। ଢେଙ୍କାନାଳ କାରଖାନା ହେବା ପରେ କମ୍ପାନିର ଉତ୍ପାଦନ କ୍ଷମତା ୨୧ ହଜାର ମେଗାୱାଟକୁ ବୃଦ୍ଧି ପାଇବ। ରାଜ୍ୟରେ ଉପଲବ୍ଧ ହେଉଥିବା ଉତ୍ତମ ମାନବ ସମ୍ବଳ, ରାଜ୍ୟ ସରକାରଙ୍କ ଦୃଢ଼ ନେତୃତ୍ବ ପାଇଁ କମ୍ପାନି ଓଡ଼ିଶାକୁ ନିବେଶ ପାଇଁ ଚୟନ କରିଥିବା ଶ୍ରୀ ଶ୍ରୀବାସ୍ତବ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe