ଢେଙ୍କାନଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ଖଜୁରିଆକଟା ସେକ୍ସନରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଜଣାପଡିଛି। ବାଘର ମୃତ୍ୟୁର କାରଣ ଏଯାଏ ଜଣା ପଡିନି। ବନ ବିଭାଗ କର୍ମଚାରୀ ଏବଂ ଅଧିକାରୀ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରୁଛନ୍ତି। ବାଘର ମୃତଦେହ ଦୁଦୁରକୋଟ ନିକଟସ୍ଥ ଜଙ୍ଗଲରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖି ସୂଚନା ଦେଇଥିଲେ।
ବାଘଟିର ସ୍ଵାଭାବିକ ଭାବେ ମୃତ୍ୟୁ ହୋଇଛି ନା କେହି ଶିକାରୀ ମାରିଛି ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଚିତ୍ର ସ୍ପଷ୍ଟ ହୋଇନାହିଁ। ତେବେ ଏ ନେଇ ଡିଏଫ୍ଓ ପ୍ରକାଶ ଚାନ୍ଦ ଗୋଗିନେନି ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ‘ଖବର ପାଇ ଆମେ ତଦନ୍ତ ସକାଶେ ଏକ ଟିମ୍ ପଠାଇଛୁ। ଶରୀର ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ।’
ସେ ଅଞ୍ଚଳରେ ବାଘର ପୂର୍ବରୁ ଚଳାଚଳ ନଥାଏ। ପାଖ ଜଙ୍ଗଲରୁ ବାଘଟି ଆସିପାରିଥାଏ ବୋଲି ବନଖଣ୍ଡ ଅଧିକାରୀ ଅନୁମାନ କରୁଛନ୍ତି।
Follow Us