ବ୍ୟାଙ୍କ ସମ୍ମୁଖରୁ ୧୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Advertisment
ମାଛଗାଡ଼ିରୁ ଏକଲକ୍ଷ ଟଙ୍କା ଲୁଟ୍‌, ଥାନାରେ ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଜାରି

ପର୍ଜଙ୍ଗ: ‌ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଲୋଧଣୀ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରୁ ୧୫ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁଯାୟୀ, କନ୍ଦରସିଂହ ଗ୍ରାମର ବିଶିଷ୍ଟ ବ୍ୟବସାୟୀ କ୍ଷୀରୋଦ ସାହୁଙ୍କ ମ୍ୟାନେଜରଙ୍କୁ ବ୍ୟାଟରେ ପିଟି ଦୁର୍ବୃତ୍ତମାନେ ୧୫ ଲକ୍ଷ ଟଙ୍କା ଲୁଟି ନେଇଗଲେ।

ବ୍ୟାଙ୍କରେ ପଶିବା ବେଳେ ପଛରୁ ପିଛା କରୁଥିବା ଦୁର୍ବୃତ୍ତମାନେ ଅତର୍କିତ ଆକ୍ରମଣ କରି ଟଙ୍କା ଲୁଟିନେଇଥିଲେ। ଖବରପାଇ ପର୍ଜଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe