ଗଁଦିଆ: ଢେଙ୍କାନାଳ ଜିଲ୍ଲାର ଗଁଦିଆ ଥାନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗଁଦିଆ ଥାନା ଅନ୍ତର୍ଗତ ରାଧାଦେଇପୁର ଗ୍ରାମ ନିକଟରେ ନୂଆପଡା ଗ୍ରାମର ଜଣେ ବ୍ୟବସାୟୀଙ୍କଠାରୁ ୬୦ ହଜାର ଟଙ୍କା ଲୁଟ୍ ହୋଇଛି। ବ୍ୟବସାୟୀ ଜଣକ ହେଉଛନ୍ତି ଅକ୍ଷୟ ବେହେରା। ସକାଳ ପ୍ରାୟ ସାଢେ ୮ଟା ସମୟରେ ଅକ୍ଷୟଙ୍କଠାରୁ ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ୬୦ ହଜାର ଟଙ୍କା ସହ ବାଇକ୍ ବି ଲୁଟ୍ କରିଛନ୍ତି। ଘଟଣାସ୍ଥଳରେ ଗଁଦିଆ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଗଁଦିଆରେ ବନ୍ଧୁକ ମୁନରେ ଲୁଟ୍, ବାଇକ୍ ଆରୋହୀଙ୍କଠାରୁ ବାଇକ୍ ସମେତ ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
Advertisment
Follow Us