୫୫ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା, ବାଇକ ଆରୋହୀଙ୍କ ମୃତ୍ୟୁ

Advertisment
ଦୁର୍ଘଟଣାରେ ଜଣେ ମୃତ

ମେରାମଣ୍ଡଳୀ: ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଚିନ୍ତାପୋଖରୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାର ତୁଷାରକାନ୍ତ ମହାପାତ୍ର ରୁଙ୍ଗୁଟା କମ୍ପାନିରେ ସୁପରଭାଇଜର ରୂପେ କାର୍ଯ୍ୟ କରୁଥିଲେ। ଆଜି ରାତି ସିଫ୍ଟ କାର୍ଯ୍ୟ ସାରି ପ୍ରାତଃ ସମୟରେ ଢେଙ୍କାନାଳ ଅଭିମୁଖେ ଯାଉଥିବା ବେଳେ ଜାତୀୟ ରାଜପଥର ଡିଭାଇଡର ଉପରେ ଧକ୍କା ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ମୋଟଙ୍ଗା ଥାନା ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe